କାର୍ଯ୍ୟ ବନ୍ଦ ଡକରା ଦେଲା ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ

ବାରିପଦା ଅଫିସ,୨୫ା୧- ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ମାନଜନକ ଦରମା ବୃଦ୍ଧି, ୫ ଦିବସ ବ୍ୟାଙ୍କ ସେବା ଏବଂ ଅନ୍ୟାନ୍ୟ ଦାବି ଏଥିରେ ଉପସ୍ଥାପନ କରାଯାଇଛି। ସେହିପରି ଆସନ୍ତା ୩୧ ଜାନୁୟାରୀ, ୧ ଫେବୃୟାରୀ ଏବଂ ୧୧, ୧୨ ଓ ୧୩ ମାର୍ଚ୍ଚରେ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର ସଂଗଠନର ଉପସଭାପତି ଭବାନୀ ଶଙ୍କର ସାମଲ, ଅଫିସର ରଜନୀକାନ୍ତ ଦଳେଇ, ଶରତ କୁମାର ମିଶ୍ର ପ୍ରମୁଖଙ୍କ ସମେତ କର୍ମଚାରୀ ସଂଘର ପ୍ରଶାନ୍ତ କୁମାର ମହାନ୍ତି, ପ୍ରଦୀପ କୁମାର ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ୟୁଏଫବିୟୁ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରାଯାଇଥିଲା।