କାର୍ଯ୍ୟସ୍ଥଳରେ ବିଦ୍ୟୁତ୍‌ ଠିକା ମିସ୍ତ୍ରି ଜଳିଯିବା ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୁଧବାର ଅପରାହ୍ନରେ ଜଳିଯାଇଥିଲେ ଠିକା ମିସ୍ତ୍ରି ମୟୂରଭଞ୍ଜ ଜିଲା ଭିଜିଡିହି ଗ୍ରାମର ବାଗଇ ମୁର୍ମୁ ଓରଫ ମଟକା (୨୨)। ସେସୁ ଭୁବନେଶ୍ୱର ସିଟି ଡିଭିଜନ-୧ ଅଧୀନ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟ ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ୍‌ କଲୋନୀ ନିକଟରେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଲାଇନମ୍ୟାନଙ୍କ ଭୁଲ୍‌ ପାଇଁ ରାଜଧାନୀବାସୀଙ୍କ ପାଇଁ ରିୟର ହିରୋ ପାଲଟିଥିବା ମଟକାଙ୍କର ମୃତ୍ୟୁ ଘଟିଥିଲା। ଏପରି କି ଘଟଣା ପରେ ମୃତ ମଟକା ଓ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଗୁରୁବାର ପରିସ୍ଥିତି ଏପରି ହୋଇଥିଲା ନ୍ୟାୟ ଓ କ୍ଷତିପୂରଣ ଆଶା ନେଇ ଯାଇଥିବାବେଳେ ପୋଲିସ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରୁ ମୃତଦେହ ସହ ତାଙ୍କ ବାପା ବାଗାତଙ୍କୁ ଉଠାଇ ନେଇଥିଲା। ଏହାର ପ୍ରତିବାଦରେ ରାତିରେ ମୃତକଙ୍କ ପରିବାର, ସମ୍ପର୍କୀୟ, ମଟକାଙ୍କ ସହ କାର୍ଯ୍ୟ କରୁଥିବା ମିସ୍ତ୍ରି ଓ ଶ୍ରମିକଙ୍କ ସମେତ ବିଦ୍ୟୁତ୍‌ ଠିକାଦାର ସଂଘ କର୍ମକର୍ତ୍ତା ରାଜଭବନ ଛକ ନିକଟରେ ରାସ୍ତାରୋକୋ କରିଥିଲେ। କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଶେଷରେ ଆନ୍ଦୋଳନରୁ ସେମାନେ ଉଠିଥିଲେ। ଶୁକ୍ରବାର ମୃତ ମଟକାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେସୁ ତରଫରୁ ୫ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌ରୁ ୫ ଲକ୍ଷ ଟଙ୍କା ମିଳିବ।
ସୂଚନା ମୁତାବକ, ମଟକା ଜଣେ ବିଦ୍ୟୁତ୍‌ ମିସ୍ତ୍ରି। ଠିକା ସଂସ୍ଥା ଆଖଣ୍ଡଳମଣୀ ଇଲେକ୍ଟ୍ରିକାଲ କନଷ୍ଟ୍ରକ୍ସନ ଅଧୀନରେ ସେ କାର୍ଯ୍ୟ କରୁଥିଲେ। ଠିକାଦାର ତାଙ୍କ ସହ ୩୦ଜଣ ଶ୍ରମିକଙ୍କୁ ଭୁବନେଶ୍ୱରରେ ବିଦ୍ୟୁତ୍‌ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟରେ ଲଗାଇଥିଲେ। ବୁଧବାର ମଟକା ଓ ଅନ୍ୟ ୧୪ଜଣ କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ କଲୋନୀ ନିକଟରେ କାର୍ଯ୍ୟ କରୁଥିଲେ। ଅପରାହ୍ନ ସାଢେ ୫ଟାରେ ସେମାନେ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟର ଲାଇନମ୍ୟାନ୍‌ ଅକ୍ରୂର ବେହେରାଙ୍କ ତତ୍ତ୍ୱାବଧାନରେ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟରେ ଲାଗିଥିଲେ। ୧୧ କେଭିରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଲାଇନମ୍ୟାନ ଅକ୍ରୂର କହିବା ସହ ମଟକାଙ୍କୁ ତାର ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ମଟକା ଖୁଣ୍ଟକୁ ଚଢ଼ି ତାରକୁ ଧରିବାକ୍ଷଣି ଜଳିଯାଇ ତଳକୁ ଖସି ପଡିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri