Categories: ଗଞ୍ଜାମ

କାର୍ଯ୍ୟରେ ଅବହେଳା, ବରଡାବିଲି ପିଇଓ ନିଲମ୍ବିତ

ଛତ୍ରପୁର,୭ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବରଡାବିଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଂଧ୍ୟା ରାଣୀ ବେହେରାଙ୍କୁ ଶୁକ୍ରବାର ଚାକିରିରୁ ନିଳମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବମାନନା ଓ ଦୁର୍ବ୍ୟବହାର ପିଇଓ ବେହେରାଙ୍କୁ ମହଙ୍ଗା ପଡିଛି ା
ଗଞ୍ଜାମ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍‌ ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି। ନିଲମ୍ବନ ପରେ ତାଙ୍କୁ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ୟାଦେଶ ପର୍ଯ୍ୟନ୍ତ ଦୈନିକ ଉପସ୍ଥିତ ରହିବାକୁ ଆଦେଶ ପ୍ରଦାନ କରାଯାଇଛି ା ଓଡିଶା ସେବା ପ୍ରାଧିକରଣ ଅଧିନିୟମ ୧୯୬୨ ଧାରା ୯୦ ଅନୁଯାୟୀ ତାଙ୍କୁ ନିଳମ୍ବନ ସମୟର ଭତ୍ତା ପ୍ରଦାନ କରାଯିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତିି ା