କାର୍ଯ୍ୟରେ ଅବହେଳା: ଅତିରିକ୍ତ ତହସିଲଦାର ନିଲମ୍ବିତ

ଭଦ୍ରକ ଅଫିସ, ୨୩ା୪- ଭଦ୍ରକ ଜିଲା ତିହିଡ଼ି ଅତିରିକ୍ତ ତହସିଲଦାର ସ୍ବେତପଦ୍ମା ଧଳଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ସେ କୋଭିଡ଼-୧୯ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତିହିଡ଼ିରେ ସେ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ବେଳେ ୭ ଦିନ ଧରି ତାଙ୍କ ମୋବାଇଲ ସୁଇଚ୍‌ଅଫ୍‌ ରହିଥିଲା ଓ ବିନା ଅନୁମତିରେ ଦୀର୍ଘଦିନ ଧରି କାର୍ଯ୍ୟରେ ଯୋଗ ଦେଇ ନ ଥିଲେ।