କାର୍ଯ୍ୟକ୍ଷମ ହେବ ଜୟପୁର ‘ସେବା ପେପର ମିଲ୍‌’: ମିଳିବ ସରକାରୀ ସହାୟତା

ଭୁବନେଶ୍ୱର,୮।୮(ବ୍ୟୁରୋ)- କୋରାପୁଟ ଜିଲାର ଜୟପୁର ନିକଟସ୍ଥ ସେବା ପେପର ମିଲ୍‌କୁ କାର୍ଯ୍ୟକ୍ଷମ କରାଯିବ। ଏ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ଏବଂ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମିଲ୍‌ ସହ ଜଡିତଥିବା ପଦାଧିକାରୀ ଯୋଗ ଦେଇଥିଲେ। ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ବକ୍ତବ୍ୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାରା କହିଥିଲେ ଯେ, ପ୍ରାୟ ୧୦,୦୦୦ ଶ୍ରମିକ ଓ କର୍ମଜୀବୀ ଏହି ‘ସେବା ପେପର ମିଲ୍‌’ ଉପରେ ନିର୍ଭର କରି ସେମାନଙ୍କ ପରିବାରର ଭରଣପୋଷଣ କରୁଛନ୍ତି। ୧୯୮୪ ମସିହାରୁ ଚାଲୁ ରହିଥିବା ମିଲ୍‌ଟି ବନ୍ଦ ହେବା ଫଳରେ ଅନେକ ସମସ୍ୟା ଦେଖାଯାଉଛି। ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ଜରୁରୀ ହୋଇପଡିଥିବା ତାରା କହିଥିଲେ। ସେହିପରି ସେବା ପେପର ମିଲ୍‌ର ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ବିଭାଗୀୟ ସମସ୍ତ ସଚିବମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ସେହିପରି କଞ୍ଚାମାଲ ଯୋଗାଇବା ଦିଗରେ ଜଙ୍ଗଲ ଓ ପରିବେଶ ବିଭାଗ, ଜଳଯୋଗାଣ ଦିଗରେ ଜଳସମ୍ପଦ ବିଭାଗ, ବିଦ୍ୟୁତ ଯୋଗାଇବା ଦିଗରେ ଶକ୍ତି ବିଭାଗ ଏବଂ ସହଯୋଗ ପାଇଁ ଅନ୍ୟାନ୍ୟ ସମସ୍ତ ବିଭାଗ ସଜାଗ ରହିଥିବା ବିଭାଗୀୟ ସଚିବମାନେ ମତ ରଖିଥିଲେ। ମିଲ୍‌ କର୍ତ୍ତୃପକ୍ଷଙ୍କୁ ଏକ ‘ପ୍ରକଳ୍ପ ପ୍ରସ୍ତାବ’ ସରକାରଙ୍କଠାରେ ଉପସ୍ଥାପନ କରିବାକୁ କୁହାଯାଇଛି। ସରକାର ଖୁବ୍‌ଶୀଘ୍ର ଏକ କମିଟି ଗଠନ କରି ପ୍ରକଳ୍ପ ପ୍ରସ୍ତାବକୁ ତର୍ଜମା କରି ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି।
ସେହିପରି କୋରାପୁଟ ଜିଲା ୧୫ ମେଗାୱାଟ ଡୁମାଝରୀ ପରିବେଶ ଅନୁକୂଳ ନବୀକରଣ ଯୋଗ୍ୟ ପ୍ରକଳ୍ପଟି କାର୍ଯ୍ୟକ୍ଷମ ଯେପରି ହୋଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଜଳସମ୍ପଦ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଡ. ଏସ୍‌. ପଣ୍ଡା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଶକ୍ତି ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ଏବଂ ସଂପୃକ୍ତ ବିଭାଗୀୟ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri