କାର୍ଟୁନ୍‌ ଠୁଲେଇ ପେଟ ପାଲୁଛନ୍‌ ଦୁଶମନ ସିଂ

ଭବାନୀପାଟଣା,୧୦।୬(ଡି.ଏନ.ଏ.):  ମୁନୁଷ୍‌କେ ବଁଚ୍‌ବାକେ ହେଲେ ଖାଏଦ୍‌ ପାଏନ୍‌, ଘର ଆର କପଡ଼ାଲତା ନିହାତି ଦରକାର। ସବୁ ଲୋକ୍‌ ପେଟକେ ଖାଏବାକେ ମୁଠେ, ମୁଡ଼ ରଖ୍‌ବାକେ ଘରଟେ ଆର ଦିହିକେ କପଡ଼ା ଖଁଡ଼େର ଲାଗି ଘିଚିଟାନି ହେଉଛନ୍‌। ହେଲେ ଆଏଜ୍‌ ବି ଆମର ସମାଜ୍‌ରେ ଏନ୍‌ତା ଲୋକ୍‌ ଅଛନ୍‌ ସରକାରୀ ଯୋଜନା ବାବ୍‌ଦେ ନାଇଁ ଜାନବାର। ସଖାଲ ପାଏଲେ ପେଟ୍‌ପାଟନାର ଲାଗି କାମ୍‌ଧଁଦାର ଲାଗି କିଁଦ୍‌ରୁଛନ୍‌। ସମାଜରେ ଏନ୍‌ତା ବି ହେଉଛେ ଲୋକ୍‌ ରାସ୍‌ତା ତରେ ଜନମ୍‌ ହେଇ ରାସ୍‌ତାରେ ଜୀବନ୍‌ ସାରିଦେଉଛନ୍‌। ନା ଅଛେ ସେମାନକର ଛୁଆପିଲାର ଚିନ୍‌ତା କି ନିଜର ଭବିଷତ୍‌ ଚିନ୍‌ତା। ଏନ୍‌ତା ଝନେ ଭିନେ କିସମର ମୁନୁଷ୍‌କେ ଦେଖ୍‌ବାକେ ମିଲିଛେ ଭବାନୀପାଟଣା ସହରରେ। ସେ ହେଉଛନ୍‌ ଦୁଶମନ ସିଂ। ଯେ ରାସ୍‌ତା ତରେ ଜୀବନ୍‌ ଜୀବ୍‌କାର ଲାଗି ସବୁବେଲେ ଯୁଝୁଛନ୍‌। ହେଲେ ଭବିଷତ୍‌ କଥା ତାକର ଚିନ୍‌ତା ଚେତନାର ବାହାରେ ରହିଛେ।
ସୂଚନା ଅନ୍‌ସାରେ ପାଖାପାଖି ୩ ମାସ ହେଲା ପଡ଼ିଶା ଝାଡ଼ଖଣ୍ଡ ରାଏଜ୍‌ର ରାଞ୍ଚତ୍ ସହରରୁ ରୁଜଗାର ଆଶ୍‌ରେ ଗୁଟେ ପରିବାରର ୧୫ ଝନ୍‌ ଭବାନୀପାଟଣା ସହରକେ ଆସିଛନ୍‌। ଏହେଦେ ସେମାନେ ଭବାନୀପାଟଣା ସହରର ହାଟପଦାରେ ରହୁଛନ୍‌। ସଖାଲ ପାଏଲେ ପେଟପାଟନାର ଲାଗି ସହରର ଗଲିକଁଦି ବୁଲି ମଇଲା ଜଗଡ଼ା ଭିତରେ ଅଁଡ଼ାଲି କାର୍ଟୁନ ଠୁଲଉଛନ୍‌। ଇମାନକୁ ରୋଗ୍‌ବାଗ୍‌, ଖରା, ବରଷା କେହେନ୍‌ସିଥିର ଖାତିର ନାଇଁ। ପରିବାରର ମହିଲାମାନେ ପଡ଼ାପଡ଼ା ବୁଲି ଚିତା କୁଟ୍‌ବାର ସଂଗେ କାଚ ବୁତଲ, ଭଂଗା ପ୍ଲାଷ୍ଟିକ୍‌, ଟିନ ସାମାନ ଠୁଲଉଛନ୍‌। କାର୍ଟୁନ ଠୁଲେଇ ଦିନ୍‌କୁ ୩ରୁ ୪ଶହ ଟଁକା ରୁଜଗାର କରୁଥିବାର କହିଛନ୍‌ ଦୁଶମନ ସିଂ। ଝନେ ମହିଲାକୁଁ ତାକର ଫିଦିନିଅଁା ରୁଜଗାର ବାବ୍‌ଦେ ପଚରାଲାରୁ ଚିତା କୁଟି ଦିନ୍‌କ ୨ରୁ ୩ଶହ ଟଁକା କମାନି ହେଉଥିବାର କହିଥିଲେ। ସେନ୍‌ତା ଆର ଝନେ ମହିଲାକୁଁ ପଚରାଲାରୁ ଭଂଗା ପ୍ଲାଷ୍ଟିକ୍‌, କାଚ ବୁତଲ, ଟିନ ଠୁଲେଇ କବାଡ଼ିରେ ବିକ୍‌ଲେ ଦିନ୍‌କ ପାଖାପାଖି ୩ଶହରୁ ୩୫୦ ଟଁକା ମିଲୁଥିବାର କହିଥିଲେ। ଭବାନୀପାଟଣାରେ କାମ୍‌ଧଁଦା କି ଭଲ ରୁଜଗାର ନାଇଁ ହେଲେ ଫେନ୍‌ କୁଟୁମବସିଆ ରାଞ୍ଚତ୍ ଫିରିଯିବେ ବଲି କହିଥିଲେ। ପେଟ୍‌ପାଟନାର ଲାଗି ରାଏଜ୍‌ ରାଏଜ୍‌ ବୁଲି ରାସ୍‌ତା ତରେ ଜୀବନ୍‌ ବିତଉଥିବାର ପରିବାରମାନକର ଛୁଆପିଲାକର ଭବିଷତ୍‌ କଥା ଚିନ୍‌ତା କଲେ ଝନେ ସାଧାରନ୍‌ ମୁନୁଷ୍‌ର ମୁଡ଼ ବୁଲେଇ ଯିବା। ହେଲେ ଇମାନକର କେହେନ୍‌ସି ପରକାର ଭବିଷତ୍‌ ଚିନ୍‌ତା ନଁାଇଁନ। ଯେନ୍‌କେ ଗଲେ ରାସ୍‌ତା ତରେ ଶୁଇଲେ, ସଖାଲ ପାଏଲେ କମାଲେ ଖାଏଲେ ଆର ବେଲବୁଡ଼ଲେ ଶୁଇଲେ। ସତେ ଯେନ୍‌ତା ଇମାନେ ମାଟିର ମୁନୁଷ୍‌, ଭବିଷତ୍‌ ବଲି କିଛି ନାଇଁ, ବରଷା ହେଲେ ଭିଜଲେ ଆର ଖରା ହେଲେ ଶୁଖ୍‌ଲେ। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାରମାନେ ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଥିଲେ ବି ଏନ୍‌ତା ରାସ୍‌ତା ତରେ ଜୀବନ୍‌ ବିତଉଥିବାର ପରିବାରମାନେ ସରକାରୀ ଯୋଜନାର ବହୁତ୍‌ ଦୂରେ ରହିଯାଉଛନ୍‌। ଇ ଦିଗେ କେନ୍ଦ୍ର ଆର ରାଏଜ୍‌ ସରକାରମାନେ ଚିନ୍‌ତା କରି ପରତିକାର ବେବସ୍‌ତା କରବାର କଥା।


Enter your email to get our daily news in your inbox.

All Right Reserved By Dharitri.Com

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri