କାମ ଦେଉନି ଧରପଗଡ଼, ଜରିମାନା ଆଦାୟ

କେନ୍ଦୁଝର, ୭।୩ (ସ୍ବ.ପ୍ର.)- ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ରାସ୍ତାଘାଟ ଦୁରବସ୍ଥା, ଟ୍ରାଫିକ ସମସ୍ୟା ଓ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାରେ ପ୍ରଶାସନ ସଫଳ ହୋଇ ପାରୁ ନାହିଁ । ପୋଲିସ ବିଭାଗର ଅପରାଧ ପରିସଂଖ୍ୟାନ ତଥ୍ୟ ଅନୁଯାୟୀ ୨୦୧୯ରେ ଜିଲାରେ ୬୭୪ ସଡକ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ସେଥିରେ ୩୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯୧ ଜଣ ଗୁରୁତର ଓ ୪୧୨ ଜଣ ସାମାନ୍ୟ ଆହତ ହୋଇଥଲେ। ୨୦୧୮ ମସିହାରେ ଏହି ଦୁର୍ଘଟଣା ସଂଖ୍ୟା ଥିଲା ୬୩୯ । ସଡ଼କ ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ସଚେତନତା ରାଲି, ସଭାସମିତି, ପ୍ରତିଯୋଗିତାମାନ ଆୟୋଜନ କରି ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦୁର୍ଘଟଣା ରୋକାଯାଇ ପାରୁନାହିଁ। ଦୁର୍ଘଟଣା ରୋକିବାଲାଗି ବ୍ୟାପକ ହେଲମେଟ, ସିଟ ବେଲଟ, ବିନା ଲାଇସେନ୍ସରେ ଗାଡିଚାଳନା, ମଦ ପିଇ ଗାଡିଚାଳନା, କ୍ଷୀପ୍ର ଗତିରେ ବା ବେପରୁଆ ଗାଡି ଚାଳନା, ବିନା କାଗଜପତ୍ରରେ ଗାଡି ଚାଳନା ଆଦି ଉପରେ ଧରପଗଡ କରାଯାଇ ଜରିମାନା ଆଦାୟ କରାଯାଉଛି । ୨୦୧୯ ମସିହାରେ ପୋଲିସ ପକ୍ଷରୁ ଧରପଗଡ କରି ୩୯ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଯାଇଛି । ସେହିପରି ୬୩୪ ଟି ଲାଇସେନ୍ସ ଜବତ କରାଯାଇ ଏହାକୁ ବାତିଲ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ୬୩୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାଖାପାଖି ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ସହ ୪୩୧ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । କିନ୍ତୁ ଦୁର୍ଘଟଣାର ପ୍ରକୃତ କାରଣ ବିପର୍ଯ୍ୟସ୍ତ ଓ ବିପଦପୂର୍ଣ୍ଣ ରାସ୍ତାଘାଟ ହୋଇଥିବା ବେଳେ ସେସବୁର ମରାମତି କରିବା ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଣୁ ଧରପଗଡ ଓ ଜରିମାନା ଆଦାୟରୁ କୌଣସି ସୁଫଳ ମିଳୁ ନାହିଁ ।
ଏହି ଜିଲା ଦେଇ ବ୍ୟସ୍ତବହୁଳ ୨୦, ୭୨୦ ଓ ୪୯ ନମ୍ବର ଜାତୀୟ ରାଜପଥ ଯାଇଛି । ଏସବୁ ରାଜପଥର ଅସମ୍ପୂର୍ଣ ଅବସ୍ଥା, ଭଙ୍ଗାଦଦରା ରାସ୍ତା ଓ ପୋଲ ବିଭିନ୍ନ ସମୟରେ ଦୁର୍ଘଟଣାର କାରଣ ହେଉଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି। ଜିଲାର ଖଣି ସମୃଦ୍ଧ ଅଞ୍ଚଳରେ ଯୋଡା-ବାମେବାରୀ-ପଳାଶପଙ୍ଗା, ଶୁଆକାଠି-ଦୁବୁନା, ଭଦ୍ରାସାହି-ବଡବିଲ-ନାଲଦା ଆଦି ରାସ୍ତାରେ ଲୁହାପଥର ପରିବହନ ଯୋଗୁ ଅବସ୍ଥା ଶୋଚନୀୟ ହୋଇ ପଡୁଛି। ଧୂଳିଧୂଆଁ ପ୍ରଦୂଷଣ ଓ ଟ୍ରାଫିକ ଜାମ ସମସ୍ୟା ନେଇ ଲୋକେ ବାରମ୍ବାର ରାସ୍ତାରୋକୋ ଓ ଘେରାଉ ଆନ୍ଦୋଳନ କରି ଆସୁଛନ୍ତି। ରାସ୍ତା ଉପରେ ବେଆଇନ ଗାଡି ପାର୍କିଂ ଅନେକ ସ୍ଥାନରେ ଦୁର୍ଘଟଣାର କାରଣ ହେଉଛି ବୋଲି ଆଇନଜୀବୀ ସୁରଜ କୁମାର ମହାପାତ୍ର କହିଛନ୍ତି । ଜିଲାରେ ରାସ୍ତା ସମସ୍ୟାର ସ୍ଥାୟୀ ପ୍ରତିକାର ନ ହେଲେ ଆନ୍ଦୋଳନ କରାଯିବ ବୋଲି ସଦର ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି । ଏନେଇ ଆରଟିଓ କେନ୍ଦୁଝର ନିର୍ମଳ ମହାନ୍ତିଙ୍କୁ ପଚାରିବାରୁ ଦୁର୍ଘଟଣା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ବ୍ୟାପକ ଧରପଗଡ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri