କାମ କରୁଥିବା ବ୍ୟକ୍ତିର ପଦପାଇଁ କୌଣସି ଆକାଂକ୍ଷା ନ ଥାଏ

୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀ ରାଜ୍ୟ ପ୍ରଶାସନର ଏକ ଜଣାଶୁଣା ନଁା। ଦୀର୍ଘ ୨୮ବର୍ଷ ଧରି ସେ ବିଭିନ୍ନ ସରକାରୀ ସଂସ୍ଥା ଓ ବିଭାଗରେ କାର୍ଯ୍ୟକରି ଆସିଛନ୍ତି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସେ ସର୍ବଦା ଉଦ୍ୟମ କରିଛନ୍ତି। ଜନସାଧାରଣଙ୍କର ସମସ୍ୟାକୁ ସମାଧାନ କରିବା ସହ ପ୍ରଶାସନିକ କ୍ଷେତ୍ରରେ ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳର ଉପଯୋଗକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ବାଲିଗୁଡ଼ା ଉପଜିଲାପାଳରୁ ପ୍ରଶାସନିକ ସେବା ଆରମ୍ଭ କରିଥିବା ପାଢ଼ୀ ବିଭିନ୍ନ ଜିଲାର ଜିଲାପାଳ, ରାଜ୍ୟ ଯୋଗାଣ ନିଗମ ଅଧ୍ୟକ୍ଷ, ସମ୍ବଲପୁର ଆର୍‌ଡିସି, ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ, ଓପେପା ଏସ୍‌ପିଡି, ଏମ୍‌ଡି କୋଣାର୍କ ଟିଭି, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏମ୍‌ଡି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେହିପରି ସେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଏବଂ କନ୍ଧମାଳ ଜିଲାର ସ୍ବତନ୍ତ୍ର ପ୍ରଶାସକ ଭାବେ ନିଜର ଦାୟିତ୍ୱକୁ ଅତ୍ୟନ୍ତ ଦକ୍ଷତାର ସହ ତୁଲାଇଛନ୍ତି। ଏବେ ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ବରିଷ୍ଠ ପ୍ରଶାସକଙ୍କ କାର୍ଯ୍ୟକରିବା ଶୈଳୀ, ଅନୁଭୂତି ଏବଂ ତାଙ୍କର କିଛି ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଧରିତ୍ରୀ ପକ୍ଷରୁ ପ୍ରୟାସ କରାଯାଇଛି।

ଦୀର୍ଘ ବର୍ଷ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ବେଳେ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ’ଣ ଥିଲା?
୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ କନ୍ଧମାଳରେ ଦଙ୍ଗା ହୋଇଥିଲା। ଦଙ୍ଗା ପରେ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଶରଣାର୍ଥୀ କ୍ୟାମ୍ପରେ ରହୁଥିଲେ। ଏହି ଦଙ୍ଗା ପାଇଁ କେବଳ ଓଡ଼ିଶା ନୁହେଁ, କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡୁଥିଲା। ଏହାକୁ ସଫଳତାର ସହ ମୁକାବିଲା କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ସେହି ସମୟରେ ମୋତେ କନ୍ଧମାଳ ଜିଲାର ସ୍ବତନ୍ତ୍ର ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଜିଲାରେ ଶାନ୍ତି ଫେରାଇ ଆଣିବା ସହ ଦଙ୍ଗା ପୀଡ଼ିତଙ୍କୁ ଗାଁକୁ ଫେରାଇବା ମୋ ପାଇଁ ଏକ ଆହ୍ବାନ ଥିଲା। ଏହି କାର୍ଯ୍ୟକୁ ମୁଁ ସଫଳତାର ସହ ତୁଲାଇ ପାରିଥିଲି।
ସେହିପରି ଢେଙ୍କାନାଳ ଜିଲାର କାମାକ୍ଷାନଗର ବ୍ଲକ୍‌ର ରାମିଆଳ ଏବଂ ପରଜଙ୍ଗ ବ୍ଲକ୍‌ର ଦଦରାଘାଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ୬୩୦ ପରିବାର ଜମି ପଟ୍ଟା ନ ପାଇ ଆଶା ଆଶଙ୍କା ଭିତରେ ରହୁଥିଲେ। ସେମାନେ ଘରଦ୍ୱାର, ଜମିବାଡ଼ି ହରାଇ ଦୀର୍ଘ ୩୦ ବର୍ଷ ହେବ ଦୟନୀୟ ଜୀବନଯାପନ କରୁଥିଲେ। ସେମାନଙ୍କର କୌଣସି ପରିଚୟ ନ ଥିଲା। ୨ଟି ଜାଗା (କାମାକ୍ଷା ନଗର ଓ ପରଜଙ୍ଗ)ରେ କ୍ୟାମ୍ପ କୋର୍ଟ କରି ସେହି ବିସ୍ଥାପିତଙ୍କୁ ଜମିପଟ୍ଟା ଦେବାକୁ ଅର୍ଡର କରିଥିଲି। ସମସ୍ତେ ପଟ୍ଟା ପାଇ ପାରିଥିଲେ। ଏହା ମୋତେ ଆତ୍ମସନ୍ତୋଷ ଦେଇ ପାରିଥିଲା।

ଆପଣଙ୍କ ଚାକିରି ଜୀବନର ସବୁଠାରୁ ସୁଖଦ ଅନୁଭୂତି କ’ଣ। ଜନସାଧାରଣଙ୍କ ହିତ ପାଇଁ କେଉଁ ସବୁ ପଦକ୍ଷେପ ନେଇଛନ୍ତି ?
ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ବିଭାଗରେ ଥିବାବେଳେ ଅନେକ ପଦକ୍ଷେପ ନିଆଯାଇଛି। କନ୍ଧମାଳ ଜିଲାପାଳ ଥିବାବେଳେ ଆଦିବାସୀ କୃଷକମାନଙ୍କର ହଳଦୀ ଓ ଅଦାକୁ ଅନ୍ତର୍ଜାତୀୟ କ୍ଷେତ୍ରରେ ‘କସମ’ ଅନୁଷ୍ଠାନ ସୃଷ୍ଟି କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଯାଇ ପାରିଛି। ବଲାଙ୍ଗୀର ଜିଲାପାଳ ଥିବାବେଳେ କୋଶଳ କଳା ମଣ୍ଡଳ ପାଇଁ ଏକ ସ୍ଥାୟୀ ରୋଜଗାର ପନ୍ଥା, ଖୋର୍ଦ୍ଧାଠାରେ ୧୫୦ ଏକରରେ ଔଷଧୀୟ ବଗିଚା, ଇ-ଶିଶୁ ପ୍ରକଳ୍ପ, ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ, ଧାନ ସଂଗ୍ରହ ପାଇଁ ପି-ପାସ୍‌, ରାଶନକାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ବ୍ୟବସ୍ଥିତ କରିବା ପାଇଁ ଆଇ-ପ୍ରକଳ୍ପ, କଣ୍ଟ୍ରାକ୍ଟର ମ୍ୟାନେଜମେଣ୍ଟ ସିଷ୍ଟମ ଭଳି ଅନେକ କାର୍ଯ୍ୟ କରାଯାଇଛି। ଏଥିପାଇଁ ଜାତୀୟ ସ୍ତରରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରଶଂସା ଓ ପୁରସ୍କାର ମିଳିଛି। ପରିବହନ କମିଶନର ଥିବାବେଳେ ଓଡ଼ିଶା ପରମିଟ୍‌ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ ହୋଇଛି।

ରାଜ୍ୟ ସରକାରଙ୍କ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଆପଣ ଜଣାଶୁଣା । ବିଭିନ୍ନ ବିଭାଗରେ ଥିବାବେଳେ ଅନେକ ସଂସ୍କାରମୂଳକ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଏ ସବୁ ସତ୍ତ୍ୱେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଦାୟିତ୍ୱକୁ କେମିତି ଦେଖୁଛନ୍ତି ?
କାମ କରୁଥିବା ବ୍ୟକ୍ତିର ପଦପାଇଁ କୌଣସି ଆକାଂକ୍ଷା ନ ଥାଏ। ବଡ଼ ପଦବୀ ଓ ବିଭାଗରେ ରହିଲେ ଯେ ଭଲ କାମ କରି ହେବ ତାହା ଆଦୌ ଠିକ୍‌ ନୁହେଁ। ଯେଉଁ ବିଭାଗରେ ରହିଲେ କାମ ଏତେ ଅଛି ଯେ ସେଥିରେ ନୂଆ ଓ ଭଲ କାମ କରିହେବ। ନିଜର କାର୍ଯ୍ୟଦକ୍ଷତାକୁ ସୂଚାରୁରୂପେ ପ୍ରତିପାଦନ କରିବା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ବିଭାଗର ସମସ୍ତ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଭାବେ ମୁଁ ସର୍ବଦା କାର୍ଯ୍ୟ କରିଥାଏ। ଭଲ କିମ୍ବା ଖରାପ କର୍ମଚାରୀ ବୋଲି କିଛି ନ ଥାଏ। ଟିମ୍‌ ଲିଡର ସବୁବେଳେ ନିଜ ଟିମ୍‌ ସଦସ୍ୟଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ମୋତେ ଯେଉଁ ବିଭାଗ / ନିର୍ଦ୍ଦେଶାଳୟ / ଜିଲାର କାର୍ଯ୍ୟ କରିବା ସୁଯୋଗ ମିଳିଛି ସବୁଠାରେ କିଛିନା କିଛି ଲୋକାଭିମୁଖୀ ସଂସ୍କାରମୂଳକ କାର୍ଯ୍ୟ କରିବାକୁ ଚେଷ୍ଟା କରିଛି। ଏଥିରେ ସମସ୍ତଙ୍କ ସହଯୋଗ ଯୋଗୁ ସଫଳତା ମିଳିଛି।

ସରକାରୀ କାମ ଛଡ଼ା ଆପଣଙ୍କୁ ଅବସର ସମୟରେ କ’ଣ କରିବାକୁ ଭଲ ଲାଗେ ?
ଅବସର ସମୟରେ ମୁଁ ବହି ପଢ଼ିବାକୁ ଭଲ ପାଏ। ଏହାଛଡ଼ା କ୍ରୀଡ଼ା ପ୍ରତି ମୋର ବିଶେଷ ଆଗ୍ରହ ରହିଛି। ନିଜକୁ ଫିଟ୍‌ ରଖିବାକୁ ଦୈନିକ ଲନ୍‌ ଟେନିସ ଖେଳିଥାଏ। ଟେନିସ୍‌ ଖେଳାଳି ଭାବେ ସର୍ବଦା ଏହି ଖେଳ ପ୍ରତି ରୁଚି ରଖି ଆସିଛି। ବର୍ତ୍ତମାନ ଓଡ଼ିଶା ଟେନିସ ଆସୋସିଏଶନର ଅବୈତନିକ ସମ୍ପାଦକ ଭାବେ କାର୍ଯ୍ୟ କରୁଛି। ଫୁଟବଲ ଖେଳ ପ୍ରତି ମଧ୍ୟ ମୋର ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। ବିଶ୍ୱର ଯେଉଁଠି ଫୁଟବଲ ଖେଳ ହୁଏ ମୁଁ ତାକୁ ଅନୁସରଣ କରେ। କାର୍ଯ୍ୟବ୍ୟସ୍ତତା ମଧ୍ୟରେ କ୍ରୀଡ଼ା ମଧ୍ୟ ମୋ ଜୀବନର ଏକ ଅଂଶବିଶେଷ ପାଲଟିଛି।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେବା ପରେ କି କି ପଦକ୍ଷେପ ନେଇଛନ୍ତି, ଯାହାକି ସାଧାରଣ ଲୋକଙ୍କ ପାଇଁ ଉପାଦେୟ ହୋଇପାରିବ ?
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ୨୦୧୮ ଜୁଲାଇ ୨୫ ତାରିଖରେ କାର୍ଯ୍ୟରେ ଯୋଗ ଦେବା ପରେ ପ୍ରଶାସନିକ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛି। ରାଜଭବନକୁ ଓସ୍ବାସ ସହ ଯୋଡ଼ାଯାଇ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇଛି। ରାଜଭବନ ପରିସରରେ ଲୋକମାନେ ‘ମାଗଜର’ ଜରିଆରେ ମାଗଣାରେ ଅନ୍‌ଲାଇନ୍‌ ମାଧ୍ୟମରେ ଦେଶ ବିଦେଶର ବିଭିନ୍ନ ପତ୍ରପତ୍ରିକା ବିନା ମୂଲ୍ୟରେ ପଢ଼ି ପାରିବେ। ରାଜଭବନ ହସ୍ପିଟାଲକୁ ଡାଟାବେସ୍‌ କରିବାକୁ ପଦକ୍ଷେପ ନିଆଯାଇଛି। ରାଜଭବନ ହସ୍ପିଟାଲ ପାଇଁ ରାଜଭବନ ହସ୍ପିଟାଲ ପରିଚାଳନା ବ୍ୟବସ୍ଥା(ସିଆଇଏମ୍‌ଏସ୍‌) ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଡାକ୍ତରଖାନାର ସମସ୍ତ ରେକର୍ଡ ରଖାଯାଇ ପାରିବ। ଏହାଛଡ଼ା କୁଳପତିମାନଙ୍କ ପାଇଁ ଏକ ସୂଚନା ପରିଚାଳନା ବ୍ୟବସ୍ଥା (ସିଆଇଏମ୍‌ଏସ୍‌) ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ। ଏହି ବ୍ୟବସ୍ଥା ଜରିଆରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସମସ୍ତ କାର୍ଯ୍ୟକ୍ରମ ଶୀଘ୍ର କରାଯାଇ ପାରିବ। ରାଜ୍ୟପାଳଙ୍କ ପ୍ରୋଗ୍ରାମ ପାଇଁ ଇଚ୍ଛୁକ ବ୍ୟକ୍ତି ବା ଅନୁଷ୍ଠାନ ଅନ୍‌ଲାଇନ୍‌ ମାଧ୍ୟମରେ ତାଙ୍କ ଅନୁରୋଧ ଦେଇ ପାରୁଛନ୍ତି। ଆବେଦନକାରୀଙ୍କୁ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ସୂଚନା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଦିଆଯାଇ ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri