କାମ କରି ଅର୍ଥ ପାଇନାହାନ୍ତି ପୂର୍ବତନ ସରପଞ୍ଚ: ନ୍ୟାୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି,ଅଗଷ୍ଟ ୧୫ରେ ସିଂହଦ୍ୱାର ଆଗରେ ଆତ୍ମାହୁତି ଧମକ

ପୁରୀ ଅଫିସ, ୪ା୮: ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ଓ୍ବାର୍କ ଅର୍ଡର। କାମ କଲେ ସରପଞ୍ଚ। ୧୫ଲକ୍ଷ ଟଙ୍କା ଅନୁଦାନ ମିଳିବା ପରେ ତାକୁ ହଡ଼ପ କରିନେଲେ ଭିଏଲ୍‌ଡବ୍ଲ୍ୟୁ। ଟଙ୍କା ମାଗିବାରୁ ମିଳିଲା ହତ୍ୟା ଧମକ। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅଧୀନ ରାହଡମଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ କୁମାର ଗୋଛାୟତ। ଏ ନେଇ ସେ ପୋଲିସ, ବିଡିଓ, ଜିଲାପାଳଙ୍କୁ ଜଣାଇ ନିରାଶ ହେବା ପରେ ଭାଙ୍ଗିପଡ଼ିଛନ୍ତି। ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇଛନ୍ତି। ନ୍ୟାୟ ନ ମିଳିଲେ ଅଗଷ୍ଟ ୧୫ରେ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ପ୍ରକାଶ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ରହିଥିଲେ। ୨୦୧୫-୧୬ରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ଏଥିରେ ପୋଖରୀ ନିର୍ମାଣ ଲାଗି ସାଢେ ୪ଲକ୍ଷ, ଗାଧୁଆ ତୁଠ ଲାଗି ୧.୫ଲକ୍ଷ, ୫୦ଟି ଟ୍ୟୁବଓ୍ବେଲ ନିର୍ମାଣ ବାବଦରେ ୭ଲକ୍ଷ ଏବଂ ଡଷ୍ଟବିନ୍‌ ଲାଗି ୩ଲକ୍ଷ ଟଙ୍କା ରହିଥିଲା। ଗ୍ରାମସଭା ନିଷ୍ପତ୍ତି କ୍ରମେ ତତ୍କାଳୀନ ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ୱାର୍କଅର୍ଡର ରହିଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଥିଲା। ଏଣୁ ପ୍ରକାଶ କେତେଜଣ ଗ୍ରାମବାସୀଙ୍କ ସହାୟତାରେ କାମ ସମ୍ପୂର୍ଣ୍ଣ କରିଥିଲେ। ସମ୍ପୃକ୍ତ ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ସମସ୍ତ ଚେକ୍‌ ଆସିଥିଲା। ସେ ଏହି ଅର୍ଥ ଦେବା ପରିବର୍ତ୍ତେ ନିଜ ଆକାଉଣ୍ଟରେ ଜମା କରିଦେଇଥିଲେ। ଏନେଇ ପ୍ରକାଶ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତତ୍କାଳୀନ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ସମ୍ପୃକ୍ତ ଭିଏଲ୍‌ଡବ୍ଲ୍ୟୁଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ଲାଗି ନିର୍ଦ୍ଦେଶ ଦେବା ସହ ଆର୍ଥତ୍କ ହେରଫେର ଅଭିଯୋଗରେ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପୃୃକ୍ତ ଭିଏଲ୍‌ଡବ୍ଲ୍ୟୁ କୃଷ୍ଣପ୍ରସାଦ ବ୍ଲକରେ ଯୋଗଦାନ କରିଥିଲେ। ଟଙ୍କା ଫେରସ୍ତ ଲାଗି ୨୦୧୯ ଜୁଲାଇ ୩୧ରେ ପ୍ରକାଶଙ୍କୁ ମଙ୍ଗଳାଘାଟ ନିକଟକୁ ଡାକିଥିଲେ। ତେବେ ପ୍ରକାଶ ଯାଇ ନ ଥିଲେ। ପରେ ଏକ ଅଜଣା ନମ୍ବରକୁ କଲ୍‌ ଆସିଥିଲା। ଟଙ୍କା ମାଗିଲେ, ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯିବ ବୋଲି ଧମକ ମିଳିଥିଲା। ଏ ସଂକ୍ରାନ୍ତରେ ପ୍ରକାଶ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସେ ଶୁକ୍ରବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରକାଶ କହିଛନ୍ତି, ଧାର ଉଧାର ଆଣି କାମ କରିଥିଲି। ମାତ୍ର ଟଙ୍କା ନ ପାଇବାରୁ ମାନସିକ ସ୍ତରରେ ଭାଙ୍ଗିପଡ଼ିଛି। ବିଡିଓ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲାପାଳଙ୍କୁ ଜଣାଇ ନିରାଶ ହେବା ପରେ ନ୍ୟାୟ ପାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସରକାର ପଦକ୍ଷେପ ନ ନେଲେ ୧୫ତାରିଖରେ ସିଂହଦ୍ୱାର ଆଗରେ ଆତ୍ମାହୂତି ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ଏଭଳି ଏକ ଅଭିଯୋଗ ଆସିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ଅନୁସାରେ ଜିଲାପାଳଙ୍କ ସହିତ ଆଲୋଚନା କରାଯିବ। ଏନେଇ ସମ୍ପୃକ୍ତ ଭିଏଲ୍‌ଡବ୍ଲ୍ୟୁଙ୍କୁ ଯୋଗା ଯୋଗଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?