କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ

ଖଇରା,୨୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର ପାନୀୟ ଜଳ ପ୍ରକଳ୍ପ ୧କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସରିବାର ଦେଢ଼ ବର୍ଷ ବିତିଲାଣି । ଲୋକଙ୍କୁ ଏ ପର୍ଯ୍ୟନ୍ତ ପାଣି ମୁନ୍ଦାଏ ମିଳିଲାନି। ସୋର-କୁପାରୀ ରାଜ୍ୟ ରାଜପଥ କଡ଼ରେ ଡ୍ରେନ ନିର୍ମାଣ ବେଳେ ମାଟି ତଳେ ବିଛାଯାଇଥିବା ପାଇପ ପ୍ରତି ଦୃଷ୍ଟି ଦିଆ ନ ଯିବା କାରଣରୁ ବହୁ ସ୍ଥାନରେ ଏହା ନଷ୍ଟ ହୋଇଛି। ଏଣୁ ପ୍ରକଳ୍ପରୁ ପରୀକ୍ଷାମୂଳକ ଭାବେ ପାଣି ଉଠାଯିବା ବେଳେ ପାଇପ ନଷ୍ଟ ହୋଇଥିବା ଅନେକ ସ୍ଥାନରେ ପାଣି ବୋହି ଯାଇଥିଲା । ଏଥିଲାଗି ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଉକ୍ତ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରା ନ ଗଲେ ୫ଖଣ୍ଡ ଗ୍ରାମର ବାସିନ୍ଦା ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ଅଞ୍ଚଳବାସୀଙ୍କ ବହୁ ଦାବି ପରେ ସାଢ଼େ ୩ବର୍ଷ ତଳେ ମହତୀପୁର ମଧୁହରି ଉଚ୍ଚବିଦ୍ୟାପୀଠ ପଛ ପଟେ ଥିବା ଏକ ସ୍ଥାନରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨ଟି ପମ୍ପ ହାଉସ ସାଙ୍ଗକୁ ୧ଲକ୍ଷ ଲିଟର ସଂରକ୍ଷଣ କ୍ଷମତା ବିଶିଷ୍ଟ ଟାଙ୍କି ସ୍ଥାପନ କରାଯାଇଥିଲା । ବର୍ଷେ ଭିତରେ କାମ ସାରିବା ପାଇଁ ଚୁକ୍ତି ହୋଇଥିଲେ ମଧ୍ୟ ପାଣ୍ଠି ଅଭାବ ଆଳରେ ପ୍ରାୟ ୨ବର୍ଷ ପରେ କାମ ଶେଷ ହୋଇଥିଲା। ଜଳକଷ୍ଟର ଶିକାର ହେଇଥିବା ମହତୀପୁର ସମେତ ପିତାପାଣିଆ, କଲରାପାଳ, ଗୋପାଳବେଡା,ବୀଣାପୁର ଇତ୍ୟାଦି ଗ୍ରାମର ବାସିନ୍ଦାମାନେ ପାଇପ ପାଣି ପାଇବାକୁ ଚାତକପରି ଚାହିଁ ରହିଥିଲେ । ହେଲେ ପରୀକ୍ଷାମୂଳକ ପାଣି ଉଠାଯିବାବେଳେ ଅନେକ ସ୍ଥାନରେ ପାଇପ ନଷ୍ଟ ହୋଇଯାଇଥିବା ଯୋଗୁ ଲୋକଙ୍କ ଘରକୁ ପାଣି ଆସି ନ ଥିଲା । ସୋର-କୁପାରୀ ରାଜ୍ୟ ରାଜପଥ କଡ଼ରେ ଡ୍ରେନ ନିର୍ମାଣ ବେଳେ ମାଟି ତଳେ ବିଛାଯାଇଥିବା ପାଇପ ନଷ୍ଟ ହୋଇଥିବା କୁହାଯାଇଥିଲା । ଏ ନେଇ ଉଭୟ ବିଭାଗ ଏବେ ବି ପରସ୍ପରକୁ ଦୋଷ ଦେଉଛନ୍ତି। ପାଇପ ମରାମତି କରାଯାଉ ନ ଥିବାରୁ ପ୍ରକଳ୍ପ ଅକାମୀ ହୋଇ ପଡି ରହିିଛି। ଫଳରେ ପ୍ରକଳ୍ପ ନାଁରେ ସରକାରୀ ଅର୍ଥ ଅପଚୟ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ କହିଛନ୍ତି, ପାଇପ ନଷ୍ଟ ସମ୍ପର୍କରେ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି। ଏହି ଖର୍ଚ୍ଚ ଭରଣା ପରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିବ । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନରେଶ ସିଂଙ୍କୁ ପଚାରିବାରୁ ପ୍ରକଳ୍ପ ପ୍ରତିଷ୍ଠା ସମୟରେ ତାଙ୍କ ବିଭାଗ ସହ କେହି ଆଲୋଚନା କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri