Posted inଜାତୀୟ

କାନ୍ସରେ ‘ପାରାସାଇଟ୍‌’କୁ ସ୍ବର୍ଣ୍ଣ

କାନ୍ସ,୨୭ା୫(ପି.ଟି): ଦକ୍ଷିଣ କୋରୀୟ ନିର୍ଦ୍ଦେଶକ ବଙ୍ଗ୍‌ ଜୁନ୍‌ ହୋଙ୍କ ‘ପାରାସାଇଟ୍‌’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଛି। ଶନିବାର ସନ୍ଧ୍ୟାରେ ୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ଉଦ୍‌ଯାପନୀ ଉତ୍ସବରେ ପାଲ୍‌ମେ ଡି’ଓର୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ୪ଟି ଫିଲ୍ମ ମଧ୍ୟରୁ ୩ଟି ଫିଲ୍ମ ପ୍ରତିଯୋଗିତାକୁ ଚୟନ ହୋଇଥିଲା।
ବଙ୍ଗ୍‌ ଜୁନ୍‌ ହୋ ହେଉଛନ୍ତି ଦ୍ୱିତୀୟ ଏସୀୟ ନିର୍ଦ୍ଦେଶକ ଯିଏ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ଜାପାନୀ ଫିଲ୍ମ ନିର୍ଦ୍ଦେଶକ ହିରୋକାଜୁ କୋ-ରେ-ଇଡା ‘ଶପ୍‌ଲିଫ୍ଟର୍ସ’ ଫିଲ୍ମ ପାଇଁ ପାଲ୍‌ମେ ଡି’ଓର୍‌ ପୁରସ୍କାର ଲାଭ କରିଥିଲେ। ଫରାସୀ ସିନେମା ଆଇକନ୍‌ କାଥେରାଇନ୍‌ ଡେନିଉଭ୍‌ଙ୍କଠାରୁ ବଙ୍ଗ୍‌ ଜୁନ୍‌ ହୋ ଉଦ୍‌ଯାପନୀ ଉତ୍ସବର ସର୍ବୋଚ୍ଚ ପୁରସ୍କାର ଲାଭ କରିଥିଲେ। ଏହାପରେ ବେଲ୍‌ଜିୟାନ୍‌ ବ୍ରଦର୍ସ ଜିନ୍‌-ପିଏରେ ଏବଂ ଲ୍ୟୁସ ଡାର୍ଡେନେ ‘ଲି ଜିଉନ୍‌ ଅହମଦ୍‌’ (ୟଙ୍ଗ୍‌ ଅହମଦ୍‌) ପାଇଁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଥିଲେ। ମେକ୍ସିକାନ୍‌ ନିର୍ଦ୍ଦେଶକ ଆଲେଜାଣ୍ଡ୍ରୋ ଗୋଞ୍ଜାଲେଜ୍‌ ଇନାରିଟୁଙ୍କ ନେତୃତ୍ୱରେ ଗଠିତ ବିଚାରକମଣ୍ଡଳୀ ଉତ୍ସବର ରନର୍ସ-ଅପ୍‌ ପ୍ରାଇଜ୍‌ (ଗ୍ରାଣ୍ଡ ପ୍ରିକ୍ସ) ଫାର୍ଷ୍ଟ ଟାଇମ୍‌ ଡାଇରେକ୍ଟର ମଟି ଡିଓପଙ୍କ ‘ଆଟଲାଣ୍ଟିକ୍‌’କୁ ମିଳିଥିଲା। ହଲିଉଡ୍‌ ଷ୍ଟାର ସିଲଭେଷ୍ଟର ଷ୍ଟାଲୋନ୍‌ଙ୍କ ଦ୍ୱାରା ଏହା ପ୍ରଦାନ କରାଯାଇଥିଲା। ଜୁରି ପ୍ରାଇଜ୍‌ ମିଳିତ ଭାବେ ଦୁଇଟି ଫିଲ୍ମ ଫ୍ରେଞ୍ଚ୍‌-ମାଲିଆନ୍‌ ଲାଡ୍‌ଜ ଲି’ଙ୍କ ‘ଲେସ୍‌ ମିଜେରେବୁଲ୍‌’ ଏବଂ ବ୍ରାଜିଲିଆନ୍‌ ଫିଲ୍ମ ‘ବାକାରାଉ’କୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବା ପରେ ନିଜ ପ୍ରୋଫାଇଲ ବଦଳାଇଲେ ଧର୍ମେନ୍ଦ୍ର ପ୍ରଧାନ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୨୬।୭: ନିଟ୍‌ (NEET) ପରୀକ୍ଷା ପେପର ଲିକ୍‌ ପ୍ରସଙ୍ଗରେ ଦେଶବ୍ୟାପୀ ଛାତ୍ରମାନଙ୍କର ପ୍ରବଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୫ ଜୁଲାଇ,…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ଧର୍ମେନ୍ଦ୍ର ପ୍ରଧାନ ନିଜେ ଦୁଇଥର ଦେଇଥିଲେ ଇସ୍ତଫା ପ୍ରସ୍ତାବ? ହେଲେ ସରକାର…ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ କଥିତ ଭାବରେ NEET ପେପର ଲିକ୍‌ ବିବାଦ ଏବଂ ଛାତ୍ରମାନଙ୍କ ପ୍ରତିବାଦ ସମୟରେ…

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦାୟିତ୍ୱ ନେଲେ ନୂଆ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri