କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ, ୩ ଗିରଫ

ଦିଗପହଣ୍ଡି/ପାଟପୁର,୨୯ା୧୧(ଡି.ଏନ.ଏ.) – ଦିଗପହଣ୍ଡି ବନାଞ୍ଚଳ ପାଟପୁର ଉପବନାଞ୍ଚଳର ରତନେଇ ଜଙ୍ଗଲରୁ ବୁଧବାର କାଠ ଚୋରାଚାଲାଣ କରାଯାଉଥିବା ଖବରପାଇ ପାଟପୁର ବନପାଳ ଶିବରାମ ନାୟକ ସଦଳବଳ ପିପିଳିଗୁଡ଼ା ଗାଁ ଛକରେ ଜଗି ରହିଥିଲେ। ଭ୍ୟାନ (ନଂ.ଓଆର୦୭ ଏଲ-୨୧୭୭)କୁ ଅଟକାଇ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ସେଥିରେ ଶାଗୁଆନ କାଠ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ପାଟପୁର ଥାନା କଂସାମାରି ଗ୍ରାମର ଗାଡ଼ି ଚାଳକ ରବୀନ୍ଦ୍ର ଦୋରା ଏବଂ ସେହି ଗଁାର ସତ୍ୟ ଦୋରା, ହରି ଦୋରାଙ୍କୁ ବନ ବିଭାଗ ମାମଲା ନଂ.ଓ ଆର ୬୨୪/୧୯-୨୦ରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।