କାଠ ବୋଝେଇ ଟ୍ରାକ୍ଟର ଜବତ୍‌, ଜଣେ ଗିରଫ

ଖପ୍ରାଖୋଲ, ୨୧ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରେଞ୍ଜ ସାନ ବାଂଜିପାଲି ଗାଁ ନିକଟରେ ଜଙ୍ଗଲ ବିଭାଗ ଚଢାଉ କରି ସୋମବାର ବିଳମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ା ଗିରଫ ଡ୍ରାଇଭର ହେଲେ ଝାଲବାହାଲ ଗାଁର ଦୁର୍ଯ୍ୟୋଧନ ବରିହା। ଘଟଣାସ୍ଥଳରୁ ଅନ୍ୟମାନେ ଫେରାର ହୋଇଯାଇଥିବାବେଳେ ଏକ ବାଇକ ଓ ୫ଟି ସାଇକେଲ ବନ ବିଭାଗ ଜବତ୍‌ କରିଛି । ଜବତ କାଠର ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାଯାଇଛି । ଏ ନେଇ ହରିଶଙ୍କର ରେଞ୍ଜରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଧିକାରୀ ଶ୍ରୀବସତ୍ କୁମୁରା ପ୍ରକାଶ କରିଛନ୍ତି। ହରିଶଙ୍କର ରେଞ୍ଜ ଅଧିକାରୀ କୁମୁରାଙ୍କ ନେତୃତ୍ୱରେ କରାଯାଇଥିବା ଚଢାଉରେ ବନପାଳ ଗୁଣନିଧି ପରିଡା, ପିଙ୍କୁ ଭୋଇ, ବନରକ୍ଷୀ ଡିଲେଶ୍ୱର ହୋତା, ଏସ କାଲସାଏ ପ୍ରମୁଖ ସାମିଲ ହୋଇଥିଲେ ।