କାଠ ବୋଝେଇ ଗାଡ଼ି ଜବତ

କୁଆମରା,୧୨ା୧(ଡି.ଏନ୍‌.ଏ.): ଖୁଣ୍ଟା-ବାଲେଶ୍ୱର ରାସ୍ତାର ଦାମାସାହି ଛକ ନିକଟରେ ଉଦଳା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା କାଠ ବୋଝେଇ ଏକ ଟାଟା ଏସି ଗାଡ଼ି ଜବତ କରାଯାଇଛି। ଚୋରା କାଠ ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଜଗି ରହିଥିଲେ। ଜବତ ହୋଇଥିବା ନିମ୍ବ କାଠର ମୂଲ୍ୟ ୫୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଚଢଉ ସମୟରେ ଗାଡି ଡ୍ରାଇଭରଙ୍କ ସମେତ ଅନ୍ୟ ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବନ ବିଭାଗ ଗାଡିକୁ ଜବତ କରି ଉଦଳା ରେଞ୍ଜ କାର୍ଯ୍ୟାଳୟକୁ ନେଇଛି। ରେଞ୍ଜର ଅଜୟ ଦାସଙ୍କ ନେତୃତ୍ୱରେ କୁଆମରା ଫରେଷ୍ଟର ଧ