କାଠ ଦୋକାନ ଉପରେ ରାତିଅଧିଆ ଚଢ଼ାଉ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ବନବିଭାଗ ପକ୍ଷରୁ ଗୁରୁବାର ରାତିରେ ଭଦ୍ରକ ସହରର ଦୁଇଟି ସରକାରୀ କାଠ ଦୋକାନରେ ଚଢ଼ାଉ କରାଯାଇଛି। କ୍ଷମତାଠାରୁ ଅଧିକ ଓ ବେଆଇନ ଭାବେ ଗଛିତ ଥିବା ପ୍ରାୟ ଶହେ ସିଫ୍ଟ କାଠ ଜବତ କରିବା ସହ ଅନ୍ୟ ଏକ ଦୋକାନ ସିଲ୍‌ କରିଛି ଏହି ଟିମ। ଚଢ଼ାଉ ହେଇଥିବା ଦୁଇଟି ଦୋକାନ ହେଲା ଶଙ୍କର ଗୌରୀ କାଠ ଦୋକାନ ଓ ଅନ୍ୟ ଟି ଲକ୍ଷ୍ମୀ ନାରାୟଣ କାଠ ଡିପୋ। ଚଢ଼ାଉରେ ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ,ଏସିଫ ବିରାଜ ମୋହନ ମହାନ୍ତି ସମେତ ଟାଉନ ପୋଲିସ ସାମିଲ ଥିଲେ।