Posted inଭଦ୍ରକ

କାଗଜକଲମରେ ସଚେତନତା କାର୍ଯ୍ୟକ୍ରମ: ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢୁଛି

ଭଦ୍ରକ ଅଫିସ, ୧।୧୨- ଭଦ୍ରକ ଜିଲାରେ ଏଡ୍‌ସ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଠିକ୍‌ ଭାବେ ରୂପାୟନ ହୋଇପାରୁ ନାହିଁ। ରୋଗୀଙ୍କ ଥଇଥାନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କାଗଜକଲମରେ ସୀମିତ ରହୁଛି। ସଚେତନତା ଅଭାବରୁ ୨୦୦୩ରେ ଜିଲାରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୯୭୬ରେ ପହଞ୍ଚିଛି। ଚଳିତବର୍ଷ ନଭେମ୍ବର ସୁଦ୍ଧା ୫୬ ରୋଗୀ ଚିହ୍ନଟ ହୋଇଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୪ରେ ୩୩,୯୦୯ ଜଣଙ୍କୁ କାଉନସେଲିଂ କରାଯାଇ ୩୩,୮୧୬ ଜଣଙ୍କ ରକ୍ତ ନମୁନାରୁ ୬୧ ଜଣ ଏଡ୍‌ସ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୨୦୧୫ରେ ୫୦, ୨୦୧୬ରେ ୭୨, ୨୦୧୭ରେ ୫୨ ଏବଂ ୨୦୧୮ରେ ୪୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୯ରେ ୩୯,୭୨୯ଙ୍କୁ କାଉନସେଲିଂ କରାଯାଇ ୩୯,୭୦୧ଙ୍କ ରକ୍ତନମୁନାରୁ ୫୬ ଜଣ ଏଡସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨୦୦୩ରୁ ବର୍ତ୍ତମାନ ସୁଦ୍ଧା ବାସୁଦେବପୁର ବ୍ଲକରେ ୨୧୦, ଧାମନଗରରେ ୧୨୩, ଚାନ୍ଦବାଲିରେ ୭୬, ତିହିଡ଼ିରେ ୧୦୭, ଭଣ୍ଡାରିପୋଖରୀରେ ୩୮, ବନ୍ତରେ ୬୬, ଭଦ୍ରକରେ ୨୧୩ ଓ ଜିଲା ବାହାରୁ ୧୪୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଡ୍‌ସ ନିରାକରଣ ପାଇଁ ଜିଲା ଏଡ୍‌ସ ସେଲ୍‌ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏ କ୍ଷେତ୍ରରେ ଜିଲା ବହୁ ପଛରେ ପଡ଼ିଛି। ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି, ମହିଳା ଓ ଶିଶୁଙ୍କୁ ସାମାଜିକ ନ୍ୟାୟ ଓ ସୁରକ୍ଷା ଦେବା ସହ ସରକାରୀ ଯୋଜନାରେ ସାମିଲ କରାଇ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ପର୍ଯ୍ୟାପ୍ତ ଉଦ୍ୟମ ହେଉ ନ ଥିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡୁଛି ତ ଆଉ କେଉଁଠି ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ ଲାଗି ବାରମ୍ବାର ବ୍ଲକ ଅଫିସ୍‌କୁ ଧାଇଁ ହଇରାଣ ହେବାକୁ ପଡୁଛି। ଆକ୍ରାନ୍ତମାନଙ୍କୁ ସ୍ବତନ୍ତ୍ର ଆବାସ ଯୋଜନାରେ ସାମିଲ କରି ଅଗ୍ରାଧିକାର ଦେବା ସକାଶେ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ସେହିଭଳି ବସ୍‌ ପାସ୍‌ ବ୍ୟବସ୍ଥା, ରାଶନକାର୍ଡ ପ୍ରଦାନ, ବ୍ୟାଙ୍କରେ ଖାତା ଖୋଲାଇବା, ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଇବା, ଏଆର୍‌ଟି ସେଣ୍ଟର ଆଣି ଉପଯୁକ୍ତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା କାର୍ଯ୍ୟରେ ଅଧିକ ସମନ୍ବୟ ରକ୍ଷାର ଆବଶ୍ୟକତା ରହିଥିବା ସମାଜସେବୀମାନେ ମତବ୍ୟକ୍ତ କରିଛନ୍ତି।
ସ୍ବେଚ୍ଛାସେବୀ ସୁନାମଣି ପଣ୍ଡା କହିଛନ୍ତି, ଏଡ୍‌ସ ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଥଇଥାନ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଜିଲାରେ ଥିବା ଯୌନକର୍ମୀଙ୍କୁ ଏଡ୍‌ସ ଉପରେ ସଚେତନ କରାଯାଇ ଆକ୍ରାନ୍ତଙ୍କୁ ନିୟମିତ ଔଷଧ ଦିଆଯିବା ଦରକାର। ଜିଲା ଏଡ୍‌ସ ସେଲ୍‌ କାର୍ଯ୍ୟକ୍ରମ ପ୍ରବନ୍ଧକ ଦେବବ୍ରତ ମହାପାତ୍ର ଲୋକେ ସଚେତନ ହୋଇପାରିଲେ ଏହି ରୋଗ ଅନେକାଂଶରେ ନିୟନ୍ତ୍ରଣ ହୋଇପାରନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri