Categories: ଜାତୀୟ

କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଭାରତ ଜାରି ରଖିଥିବା ଆତଙ୍କବାଦ ବିରୋଧୀ ଲଢ଼େଇକୁ ଇୟୁ ଦଳ ସମର୍ଥନ କରିଛନ୍ତି। ଏହା ସହିତ ସେମାନେ କହିଛନ୍ତି ଯେ, ଆମେ ଏଠାକୁ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଛୁ ମାତ୍ର ରାଜନୀତି କରିବାକୁ ନୁହେଁ। କଶ୍ମୀରରେ ଆଫଗାନିସ୍ତାନ ଭଳି ସ୍ଥିତି ଉତ୍ପନ୍ନ ହେବାକୁ ସେମାନେ ନାପସନ୍ଦ କରିଛନ୍ତି। ସ୍ଥାନୀୟ ଲୋକଙ୍କ ବିକାଶ ଧାରା ଏଠାରେ ଜାରି ରହିବା ଆବଶ୍ୟକ ବୋଲି ଇୟୁ ପ୍ରତିନିଧି ଦଳ କହିଛନ୍ତି। ଏହା ସହିତ ସେମାନେ ଆତଙ୍କବାଦୀଙ୍କ ଦ୍ୱାରା ୬ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ନିନ୍ଦା କରିଛନ୍ତି।

Share