Posted inଜାତୀୟ

କଶ୍ମୀର ଛାଡୁଛନ୍ତି ହିନ୍ଦୀଭାଷୀ ଶ୍ରମିକ

ଜମ୍ମୁ,୧୧ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାବେଳେ ବହୁସଂଖ୍ୟାରେ ହିନ୍ଦୀଭାଷୀ ଶ୍ରମିକ ଉପତ୍ୟକା ଛାଡିବାରେ ଲାଗିଛନ୍ତି। ଗତ ୫ ଦିନ ମଧ୍ୟରେ ୫୦ ହଜାର ଶ୍ରମିକ ଜମ୍ମୁ-କଶ୍ମୀର ଛାଡ଼ିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆହୁରି ଅନେକ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ରେଳଷ୍ଟେଶନ୍‌ରେ ସେମାନଙ୍କ ଟ୍ରେନ୍‌କୁ ଅପେକ୍ଷା କରିଥିବା ଦେଖାଯାଇଛି। ନିଯୁକ୍ତିଦାତା ସମ୍ପୂର୍ଣ୍ଣ ପାରିଶ୍ରମିକ ପୈଠ କରୁ ନ ଥିବା ଏବଂ ଘରୋଇ ପରିବହନକାରୀ ସଂସ୍ଥାମାନେ ଅଧିକ ଦେୟ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ତାରିଖରୁ ଲାଗୁ ହୋଇଥିବା ୧୪୪ ଧାରା ଜମ୍ମୁରୁ ଉଠାଇଦିଆଯାଇଥିବାବେଳେ ଶୁକ୍ରବାର ଡୋଡା ଓ କିସ୍ତଓ୍ବାର ଜିଲାରେ କର୍ଫ୍ୟୁ କୋହଳ କରାଯାଇଥିଲା। ଫଳରେ ଉକ୍ତ ଅଞ୍ଚଳରେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପୂର୍ବରୁ ଗତ ୩ ତାରିଖରେ ରାଜ୍ୟ ପ୍ରଶାସନ ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ତୁରନ୍ତ ଉପତ୍ୟକା ଛାଡିଚାଲିଯିବାକୁ ପରାମର୍ଶ ଦେଇଥିଲେ।
ବିହାରର ଦର୍‌ଭଙ୍ଗା ଯିବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌କୁ ଅପେକ୍ଷା କରିଥିବା ରମେଶ କୁମାର କହିଛନ୍ତି, ସେ ଏକ ୪୦ ଜଣିଆ ଗ୍ରୁପ୍‌ରେ ଶୁକ୍ରବାରଠାରୁ ଆସି ଷ୍ଟେଶନରେ ଅପେକ୍ଷା କରିଛନ୍ତି। ସେମାନେ ଦୁଇଦିନ ହେଲା କିଛି ଖାଇନାହାନ୍ତି। ସେମାନେ କାମ କରୁଥିବା ଆଇସ୍‌କ୍ରିମ୍‌ କମ୍ପାନୀ ସାମ୍ପ୍ରତିକ ସ୍ଥିତିକୁ ନେଇ ପାରିଶ୍ରମିକ ଦେଇ ନ ପାରିବାରୁ ସାମାନ୍ୟ କିଛି ପଇସା ଧରି ସେମାନେ ଫେରୁଥିବା କହିଛନ୍ତି। ଟାଟା ସୁମୋ ଜଣ ପିଛା ୨୦୦୦ ଟଙ୍କା ଭଡ଼ା ନେଇ ଲୋକଙ୍କୁ ଶୋଷଣ କରୁଥିବା ରମେଶ ଅଭିଯୋଗ କରିଛନ୍ତି। ସେହିପରି ଶ୍ରୀନଗରରେ ବଣିଆ କାମ କରୁଥିବା ଜଣେ ବ୍ୟକ୍ତି ତାଙ୍କ ୬ ଜଣିଆ ପରିବାର ସହ କୋଲକାତା ଫେରିବା ପାଇଁ ଜଣ ପିଛା ୨୫୦୦ ଟଙ୍କା ଲେଖାଏ ଭଡ଼ା ଗଣିଥିବା କହିଛନ୍ତି। ଉତ୍ତରପ୍ରଦେଶ ମୋରାଦାବାଦର ଶ୍ରମିକ ଜଫରୁଲ୍ଲାଙ୍କୁ ତାଙ୍କ ନିଯୁକ୍ତିଦାତା ମାତ୍ର ସପ୍ତାହକର ପାରିଶ୍ରମିକ ଦେଇଛନ୍ତି। ସେ ଅନ୍ୟମାନଙ୍କଠାରୁ ଟଙ୍କା ଉଦ୍ଧାର କରି ଉପତ୍ୟକା ଛାଡୁଥିବା କହିଛନ୍ତି। ଲୋକମାନେ ନିଜ ରାଜ୍ୟକୁ ଫେରିଯିବା ଲାଗି ରେଲଓ୍ବେ ସ୍ବତନ୍ତ୍ର ଟ୍ରେନ ସହ ଅତିରିକ୍ତ କୋଚ୍‌ ବ୍ୟବସ୍ଥା କରିଛି। ଏହାବ୍ୟତୀତ ପ୍ରତୀକ୍ଷାରତ ଯାତ୍ରୀଙ୍କ ପାଇଁ ଆଶ୍ରୟ, ଖାଦ୍ୟ, ପାଣିର ବ୍ୟବସ୍ଥା ହୋଇଥିବା ନର୍ଦ୍ଦର୍ନ ରେଲଓ୍ବେର ମୁଖ୍ୟ ପିଆର୍‌ଓ ଦୀପକ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri