Categories: ଜାତୀୟ

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ସେ ଏଠାରେ ସୁରକ୍ଷା କାର୍ଯ୍ୟ ତଦାରଖରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ମିଶି ସେମାନଙ୍କ ମଧ୍ୟରେ ବିଶ୍ୱାସ ଜଗାଇବା ପାଇଁ ଡୋଭାଲ ପ୍ରୟାସ କରୁଛନ୍ତି। ପୂର୍ବରୁ ୧୯୮୪ରେ ଅପରେଶନ୍‌ ବ୍ଲୁଷ୍ଟାରରେ ଡୋଭାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହିପରି ୧୯୯୯ରେ ଇଣ୍ଡିଆନ୍‌ ଏୟାର ଲାଇନ୍ସ୍‌ ବିମାନ ଆଇସି-୮୧୪ର ଅପହରଣରେ ଡୋଭାଲ ମୁଖ୍ୟ ବାର୍ତ୍ତାକାର ଥିଲେ। ଡୋଭାଲ ଉତ୍ତରାଖଣ୍ଡର ପୌଡ଼ି ଜିଲାର ବଣୋଲସ୍ୟୁ ପଟି ସ୍ଥିତ ଘୋଡି ଗାଁର ବାସିନ୍ଦା। ସେ ୧୯୪୫ ଜାନୁୟାରୀ ୨୦ରେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ କେରଳ କ୍ୟାଡ଼ର ଆଇପିଏସ୍‌ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୪ ମେ ୩୦ଠାରୁ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଭାବେ କାର୍ଯ୍ୟ କରୁଛନ୍ତି।

Share