Posted inଜାତୀୟ

କଶ୍ମୀରରେ କଟକଣା ହ୍ରାସ ସତ୍ତ୍ୱେ ଦୋକାନ ଖୋଲିବାକୁ ବ୍ୟବସାୟୀ ନାରାଜ

ଶ୍ରୀନଗର,୬-୯:ଭାରତ କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ହଜାର ହଜାର ସଂଖ୍ୟକ ଅତିରିକ୍ତ ସାମରିକ ବଳ ମୁତୟନ ଓ ବହୁ ନେତାଙ୍କୁ ଗୃହବନ୍ଦୀ କରିବାର ମାସକ ପରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ବିରୋଧ କରିଛନ୍ତି। ମୁସଲମାନ ବହୁଳ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରିଆସିଛି ବୋଲି କେନ୍ଦ୍ର ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦାବି ମିଛ ବୋଲି ଏଥିରୁ ସ୍ପଷ୍ଟ ସଙ୍କେତ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ଅଧିକାରକୁ ପ୍ରତ୍ୟାହାର କରିଥିଲେ। ହିମାଳୟ ପାଦଦେଶରେ ଅବସ୍ଥିତ ଏହି ଅଞ୍ଚଳକୁ ଭାରତ ନିଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କରିଥିବାବେଳେ ପଡ଼ୋଶୀ ପାକିସ୍ତାନ ମଧ୍ୟ ଏହାକୁ ତା’ର ଭୂଖଣ୍ଡ ବୋଲି ଦାବି କରୁଛି। ବିଶ୍ୱର ଅନ୍ୟତମ ସାମରିକ କ୍ଷେତ୍ର କଶ୍ମୀରରେ ବ୍ୟାପକ ବିକ୍ଷୋଭ ଆଶଙ୍କା କରାଯାଉଥିବାବେଳେ ଏହାକୁ ଦମନ କରିବା ପାଇଁ ଭାରତ ସେଠାକୁ ବହୁ ସଂଖ୍ୟକ ଯବାନଙ୍କୁ ପଠାଇଛି। ବିଭିନ୍ନ ପ୍ରକାର କଟକଣା ଜାରି କରି ଓ ସମସ୍ତ ଟେଲିଫୋନ୍‌, ମୋବାଇଲ୍‌ ଫୋନ୍‌ ତଥା ଇଣ୍ଟରନେଟ୍‌ ସଂଯୋଗ କାଟିଦେଇଛି। ଏହାସହ ଉପତ୍ୟକାରେ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି। ଉକ୍ତ ନିଷ୍ପତ୍ତିକୁ ଗୁରୁବାର ମାସେ ପୂରିଥିବାବେଳେ କେତେକ ସ୍ଥାନରେ କଟକଣା ହଟାଇଦେଇଛି ନୂଆଦିଲ୍ଲୀ। ତେବେ କୌଣସି ପ୍ରମୁଖ ଗୃହବନ୍ଦୀଙ୍କୁ ମୁକ୍ତ କରାଯାଇ ନାହିଁ। ଏବେ ମଧ୍ୟ ମୋବାଇଲ୍‌ ଇଣ୍ଟରନେଟ ସେବା ବନ୍ଦ ରହିଛି। ଜମ୍ମୁ-କଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ଅଧିକାରୀମାନେ କହିଛନ୍ତି, କଶ୍ମୀର ଉପତ୍ୟକାର ୯୦ ପ୍ରତିଶତ ଅଞ୍ଚଳକୁ ଦିନବେଳା କଟକଣାମୁକ୍ତ କରାଯାଇଛି। କେତେକ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ସଂଯୋଗକୁ ସ୍ବାଭାବିକ କରାଯାଇଛି ଏବଂ ହଜାର ହଜାର ସ୍କୁଲ ପୁଣି ଖୋଲିଛି।
କିନ୍ତୁ ଚେକ୍‌ ପଏଣ୍ଟଗୁଡ଼ିକ ରହିଛି ଓ ଯୋଗାଯୋଗ କଟକଣା ଜାରି ରହିଥିବାରୁ ଏହି ଅଞ୍ଚଳରୁ ରିପୋର୍ଟିଂ କରିବା କଠିନ ହୋଇପଡ଼ିଛି। ଆଂଶିକ ଭାବେ କଟକଣା ହଟାଇ ଦିଆଯାଇଥିଲେ ସୁଦ୍ଧା ଅନେକ ଛାତ୍ରୀଛାତ୍ର ଶ୍ରେଣୀ ବର୍ଜନ କରୁଛନ୍ତି। ଦୋକାନୀମାନେ ବ୍ୟବସାୟ ପାଇଁ ଯାଉନାହାନ୍ତି କି ସରକାରୀ ତଥା ଘରୋଇ କ୍ଷେତ୍ରର କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟରେ ଯୋଗଦେଉନାହାନ୍ତି। ନୂଆଦିଲ୍ଲୀର ସରକାର ବିରୋଧରେ ଏହା ଅଘୋଷିତ ପ୍ରତିବାଦ ବୋଲି ୭ ସରକାରୀ ଅଧିକାରୀ ଓ ଅନେକ ବାସିନ୍ଦାଙ୍କଠାରୁ ନିଆଯାଇଥିବା ସାକ୍ଷାତ୍‌କାରରୁ ସ୍ପଷ୍ଟ ହୋଇଛି। ଆମ ପାଇଁ ପରିଚୟ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଏହାର ସୁରକ୍ଷା ଆମର ପ୍ରାଥମିକତା। ତେଣୁ ସେମାନେ ସ୍ବାଭାବିକ ସ୍ଥିତି ଫେରାଇଆଣିଲେ ଆମେ ବ୍ୟବସାୟ ପୁଣି ଆରମ୍ଭ କରିବୁ ବୋଲି ପୁରୁଣା ଶ୍ରୀନଗରର ବ୍ୟବସାୟୀ ଶବିର ଅହମ୍ମଦ କହିଛନ୍ତି। ଉପତ୍ୟକାରେ ବିକ୍ଷୋଭବେଳେ ସୁରକ୍ଷା ବଳର ଲୁହବୁହା ବାଷ୍ପ ପ୍ରୟୋଗ ଓ ପେଲେଟ୍‌ ଗନ୍‌ ବ୍ୟବହାର ସହ ଦମନ ନୀତି ଯୋଗୁ ଟେକାମାଡ଼କାରୀଙ୍କ ଆଇନ ଅମାନ୍ୟ ବୃଦ୍ଧି ପାଇଛି। ପୂର୍ବରୁ ବିକ୍ଷୋଭ ବେଳେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଆନୁଷ୍ଠାନିକ ଭାବେ ବନ୍ଦ ପାଇଁ ଡାକରା ଦେଉଥିଲେ। ହେଲେ ବର୍ତ୍ତମାନ କଶ୍ମୀରର ସ୍ବାଧୀନତା କିମ୍ବା ପାକିସ୍ତାନ ସହ ଏହାକୁ ମିଶାଇବାକୁ ଚାହୁଁଥିବା ବିଚ୍ଛିନ୍ନତାବାଦୀ ନେତାମାନେ ମୁଖ୍ୟସ୍ରୋତର ରାଜନେତାଙ୍କ ସହ ଗୃହବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶତାଧିକ ସାମାଜିକ କର୍ମୀ ଓ ନେତା ମଧ୍ୟ ସାମିଲ ଅଛନ୍ତି। ଶ୍ରୀନଗରରେ ଅଗଷ୍ଟ ଶେଷ ଆଡ଼କୁ ବିକ୍ଷୋଭ ଆରମ୍ଭ ହୋଇଥିଲା। ସେତେବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ବୋଲି ଦୋକାନୀମାନଙ୍କୁ କେବଳ ଭୋର ସମୟରେ ଓ ରାତିରେ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା। ସେବେଠୁ ଶ୍ରୀନଗରର ମଧ୍ୟଭାଗରେ ଥିବା ବ୍ୟବସାୟିକ ଅଞ୍ଚଳରେ ଅଧିକାଂଶ ଦୋକାନ ବନ୍ଦ ରହିଛି। ଏବେ ସବୁ ସ୍ବାଭାବିକ ସମୟରେ ଦୋକାନ ଖୋଲିବା ପାଇଁ ବ୍ୟବସାୟୀଙ୍କୁ ସୁରକ୍ଷା ବଳ ପରାମର୍ଶ ଦେଉଛି। କିନ୍ତୁ ସେମାନେ ମନାକରିଦେଉଛନ୍ତି। ଜମ୍ମୁ-କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନ୍‌ସଲ କହିଛନ୍ତି, ଦୋକାନ ଖୋଲିବାରେ ଦେଶବିରୋଧୀ ତତ୍ତ୍ୱ ବାଧକ ସାଜୁଛନ୍ତି। ସୁରକ୍ଷା ବଳ ପକ୍ଷରୁ ଏହା ଉପରେ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri