କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ପୁଣି କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ ହୋଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ପିସିପିଏନ୍‌ଡିଟି ସେଲ୍‌ ପକ୍ଷରୁ ସୋମବାର ମିଳିତ ଭାବେ ଏହି ଚଢ଼ାଉ ହୋଇଥିଲା। ଡାକ୍ତରଖାନାରେ ପିସିପିଏନ୍‌ଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଟିକିନିଖି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଆଇନ ଉଲ୍ଲଂଘନ କାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ପ୍ରସୂତିମାନଙ୍କର ଅଲଟ୍ରାସାଉଣ୍ଡ୍‌ ରେକର୍ଡପତ୍ର ଠିକଣା ଭାବେ ମିଳି ନ ଥିଲା। ପ୍ରସୂତିଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ‘ଏଫ୍‌’ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବାବେଳେ ଅନେକ ଫର୍ମରେ ତାହା ନ ଥିବା ଯାଞ୍ଚ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏଥିଯୋଗୁ ଏଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଅଧିକାରୀମାନେ ସନ୍ଦେହ କରିଥିଲେ। ତେଣୁ ଆଇନ ଉଲ୍ଲଂଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ୍‌ ମେଶିନକୁ ସିଲ୍‌ କରାଯାଇଛି। ପୂର୍ବରୁ ଖୋର୍ଦ୍ଧା ଜିଲା ପ୍ରଶାସନ ମଧ୍ୟ ଗୋଟିଏ ଅଲଟ୍ରାସାଉଣ୍ଡ୍‌ ମେଶିନକୁ ସିଲ୍‌ କରିଥିଲା। ଏବେ ଆଉ ଦୁଇଟି ମେଶିନ ସିଲ୍‌ ହେବା ସହିତ ଆଇନ ଉଲ୍ଲଂଘନ ଅଭିଯୋଗରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲାପାଳ ପୁରନ୍ଦର ନନ୍ଦଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ, ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ବିନୋଦ ବିହାରୀ ରଥ ଓ ପିସିପିଏନ୍‌ଡିଟି ସେଲ୍‌ର ଆଇନ ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ୍‌ ଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଡ୍ରଗ୍ସ କଣ୍ଟ୍ରୋଲ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କଳିଙ୍ଗ ହସ୍ପିଟାଲରେ ଅଚାନକ ଚଢ଼ାଉ କରାଯାଇ ଔଷଧ ଯାଞ୍ଚ କରାଯାଇଥିଲା। ୬ଟି ଔଷଧ ଉପରେ ସନ୍ଦେହ ହେବାରୁ ତାହାକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଔଷଧ ବିକ୍ରି କିମ୍ବା ବ୍ୟବହାର ଉପରେ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି। ଏହା ପୂର୍ବରୁ ବିଧାୟକଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସ୍‌ଟିଏଫ୍‌ ସୁବିଧାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri