କଳିଙ୍ଗ ଷ୍ଟୁଡିଓ କଟ୍‌ ଇଟ୍‌…

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଶାଭରସା କଳିଙ୍ଗ ଷ୍ଟୁଡିଓ ନିର୍ମାଣ ଆରମ୍ଭରୁ ଏଯାବତ୍‌ କେବଳ ଝଡ଼ଝଞ୍ଜା ମଧ୍ୟରେ ସଂଗ୍ରାମ କରିଚାଲିଛି। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ପ୍ରତିଷ୍ଠା ହୋଇଥିଲା। ଏହାପରେ ଆମ ରାଜ୍ୟରେ ଏକ ଫିଲ୍ମ ଷ୍ଟୁଡିଓ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ସେ ସମୟରେ ଏହାର ମୁଖ୍ୟ ପୁରୋଧା ସାଜିଥିଲେ ବିଶିଷ୍ଟ ପ୍ରଯୋଜକ ଧୀର ବିଶ୍ୱାଳ, ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଗୋପାଳ ଘୋଷ। ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ସେତେବେଳେ ଦକ୍ଷିଣ ଚଳଚ୍ଚିତ୍ର ଜଗତର ଅନ୍ୟତମ ନାମୀ ପ୍ରଯୋଜକ ଏଲ. ଭି. ପ୍ରସାଦ ସହଯୋଗର ହାତ ବଢ଼ାଇ ଥିଲେ। ଓଏଫ୍‌ଡିସି ସହାୟତାରେ ଖଣ୍ଡଗିରି ଉପକଣ୍ଠର ଏକ ଶାନ୍ତ ପରିବେଶରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷରେ ଓଡ଼ିଶାବାସୀଙ୍କର ଏହି ସ୍ବପ୍ନ ସାକାର ହେଲା। ୧୯୮୨ରେ କଳିଙ୍ଗ ଷ୍ଟୁଡିଓ ଲୋକାର୍ପିତ ହୋଇଥିଲା। କେବଳ ଫିଲ୍ମ ଶୁଟିଂ ନୁହେଁ, ଏଡିଟିଂ ଏବଂ ଡବିଂ କାମ ମଧ୍ୟ ସେଠାରେ କରାଯାଉଥିଲା। ବିଶେଷଭାବେ ଅତ୍ୟାଧୁନିକ ଯନ୍ତ୍ରପାତି, ଉନ୍ନତ ବୈଷୟିକ ସୁବିଧାସୁଯୋଗ କେବଳ ଓଡ଼ିଶାର ନୁହେଁ ବାହାର ରାଜ୍ୟର ପ୍ରଯୋଜକଙ୍କୁ ଆକର୍ଷିତ କରିଥିଲା। ସମୟକ୍ରମେ ସେଠାରେ ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ପ୍ରାନ୍ତୀୟ ଭାଷାରେ ଅନେକ ସିନେମା ଶୁଟିଂ ଏଠାରେ ହୋଇଥିଲା। ଏହାର ଶାନ୍ତ ପରିବେଶ ଥିଲା ଅନ୍ୟତମ ଆକର୍ଷଣ। ସେତେବେଳେ ଅନେକ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ କଳିଙ୍ଗ ଷ୍ଟୁଡିଓର ଭୂରି ଭୂରି ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ୧୯୯୯ ମହାବାତ୍ୟା ଏହି ଷ୍ଟୁଡିଓର ଯାହା କ୍ଷତି କରିଥିଲା ତାହା ଅବର୍ଣ୍ଣନୀୟ। ସତେବେଳେ ପାଖାପାଖି ୭୭ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ନଷ୍ଟ ହେବା ସହ ଷ୍ଟୁଡିଓଟି ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। କିନ୍ତୁ ଟେକ୍ନିସିଆନ୍‌ଙ୍କ ଦିନରାତି ପରିଶ୍ରମ ଯୋଗୁ ମାତ୍ର ଦିନ କେଇଟା ଭିତରେ ଏହି ଷ୍ଟୁଡିଓ ଆଂଶିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ସମୟ ଗଡିଚାଲିଲା। ଉପଯୁକ୍ତ ଯତ୍ନ ଅଭାବରୁ ଏହି ଷ୍ଟୁଡିଓ ବର୍ତ୍ତମାନ ଏପରି ସ୍ତରକୁ ଚାଲିଯାଇଛି, ଯାହାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଜରୁରୀ ହୋଇପଡିଛି। ଏ ନେଇ ଅନେକ ସ୍ବର ଉଠାଉଥିଲେ ମଧ୍ୟ ତାହା ଆହୁରି ଦୃଢ଼ ହେବା ଦରକାର। ପ୍ରଯୋଜକମାନଙ୍କର ଶୁଭ ଦୃଷ୍ଟି ପଡ଼ିଲେ ଷ୍ଟୁଡିଓ ତାହାର ପୂର୍ବରୂପ ଫେରି ପାଇବାକୁ ବେଶି ସମୟ ଲାଗିବ ନାହିଁ। ହେଲେ ସେଭଳି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ସମସ୍ତେ କାନ୍ଦୁଛନ୍ତି, ହେଲେ କେବଳ ଅନୁତାପର ଲୁହ ଝରାଇଲେ କିଛି ଲାଭ ନାହିଁ। ଷ୍ଟୁଡିଓର ଠିକ୍‌ ପରିଚାଳନା ପ୍ରତି ଗୁରୁତ୍ୱ ଦେବାର ଉପଯୁକ୍ତ ସମୟ ଆସିଛି। ଏଥିପାଇଁ ଏହାର କର୍ମଚାରୀ, ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଅଧିକ ଉତ୍ସାହିତ ହେଲେ ଏହି କାମ ଆହୁରି ଶୀଘ୍ର ତ୍ୱରାନ୍ବିତ ହୋଇପାରିବ।
ପ୍ରତିଟି ଷ୍ଟୁଡିଓ ଏକ ଲାଭଜନକ ସଂସ୍ଥା କିନ୍ତୁ ପରିଚାଳନାଗତ ଦୋଷତ୍ରୁଟି ଏହାକୁ ସ୍ଥାଣୁ କରି ଦେଇଥାଏ। କଳିଙ୍ଗ ଷ୍ଟୁଡିଓ ୧୯୯୯ ମହାବାତ୍ୟା ପରେ ଷ୍ଟୁଡିଓ ନିର୍ମାଣ ଲାଗି ଆସିଥିବା ଅର୍ଥ ଠିକ୍‌ ବିନିଯୋଗ ନ କରି କେବଳ ଆଖିଦୃଶିଆ ରଙ୍ଗ, କବାଟ ସ୍କ୍ରିନ୍‌ ଟାଣିଦେଇ ନବକଳେବର ହେଲା ବୋଲି ବାହୁସ୍ଫୋଟ ତାହା ପୁଣି ଆଜିର ଦିନରେ ବୁଝାପଡୁନି।
କଳାକାର ସଂଳାପ କହିବା ପରି ନିଗମ ଅଧ୍ୟକ୍ଷମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ମନ୍ତବ୍ୟ ଦେଇ ଖବରକାଗଜର ପୃଷ୍ଠା ମଣ୍ଡନ କରି ବାଃ ବାଃ ନେବା ଆଉ କେତେଦିନ। ‘ଫନୀ’ ୨୦ବର୍ଷ ପରେ ନୂଆ ରୂପର କଳିଙ୍ଗ ଷ୍ଟୁଡିଓର ପରିକଳ୍ପନାକୁ ପୁଣି ଧ୍ୱସ୍ତବିଧ୍ୱସ୍ତ କରି ପକାଇଛି। ଓଡ଼ିଶାରେ ଚଳଚ୍ଚିତ୍ର ପ୍ରଯୋଜକମାନେ ଏକତ୍ର ହେବା, ସିନେମା ନୀତି ଘୋଷଣା ଅଧାବାଟରେ ଅଟକିବା ଆଦି କଥା କେବଳ ସଂଳାପ! ଆଉ ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଲେ ପ୍ରେକ୍ଷାଳୟ ନାହିଁ! ଶିଳ୍ପ ପାଇଁ ଆନୁଷଙ୍ଗିକ ଦକ୍ଷତା ବୃଦ୍ଧି ନ କରି କେବଳ କାଗଜ କଲମରେ ଫାଇଲ୍‌ ଚାଷ ଆଉ କେତେ ଦିନ କରି ପ୍ରଯୋଜକମାନଙ୍କୁ ଭଣ୍ଡେଇ ‘ଜୋକର’ ବନାଇବ, ତାହା ହିଁ ପ୍ରଶ୍ନବାଚୀ।
ମହାବାତ୍ୟା ପରେ ଫନୀ ୨୦ବର୍ଷ ମଧ୍ୟରେ ସବୁକିଛି ସର୍ବସ୍ବାନ୍ତ କରିଦେଲା। ପ୍ରଯୋଜକମାନେ ଧୈର୍ଯ୍ୟ ଧରି ଆଉ କେତେ ବର୍ଷ ପ୍ରତୀକ୍ଷା କଲେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଅଭିବୃଦ୍ଧି ଘଟିବ! ଚଳଚ୍ଚିତ୍ର ଶିଳ୍ପ ବିଭାଗ ହାତକୁ ନେବା ପରଠାରୁ ଅଣଦେଖା କରିଆସିଛି ବୋଲି ଅଭିଯୋଗ ହେଉଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକମାନେ ବର୍ଷ ବର୍ଷ ଧରି ଉପେକ୍ଷିତ ପରେ ଆଉ ଏ ଦିଗରେ ଗୁରୁତ୍ୱ ନ ଦେଇ ଅନ୍ୟାନ୍ୟ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବା ଶ୍ରେୟସ୍କର ମଣିଲେଣି। ଓଡ଼ିଶାରେ ଏକମାତ୍ର ସରକାରୀ ଷ୍ଟୁଡିଓର ଅବସ୍ଥା ସମ୍ପର୍କରେ ପ୍ରତି ସମୟରେ ନାନା ଅଭିଯୋଗ ହେଲେ ମଧ୍ୟ ତାହାକୁ ଚପାଇ ଦେଇ ନୀରବତା ମଧ୍ୟରେ ଆଉ ଚଳଚ୍ଚିତ୍ର ଶିଳ୍ପର ସ୍ବପ୍ନ ଦେଖିବା ଆଶା ମଉଳି ଗଲାଣି। କଳିଙ୍ଗ ଷ୍ଟୁଡିଓ ନିଗମ କଟ୍‌ ଇଟ୍‌ କହି ନୂଆ ରୂପ ନଗରୀ ସମ୍ପର୍କ ସ୍ବପ୍ନ ଦେଖିବା ଅପେକ୍ଷା ଆର୍ଥିକ ମାନ୍ଦାବସ୍ଥାରେ ନୂତନ ଦିଗପ୍ରତି ଧ୍ୟାନ ଦେଇ ଅର୍ଥ ବିନିଯୋଗ ଉତ୍ତମ ନିଷ୍ପତ୍ତି ହେବ। ଓଡ଼ିଆ ସିନେମାରୁ ଦର୍ଶକ ଦୂରେଇ ଯିବା ପରେ ପ୍ରେକ୍ଷାଳୟ ଓ ଷ୍ଟୁଡିଓର ବ୍ୟାପକ ଅବ୍ୟବସ୍ଥା ଯେବେ ବି ସୁଧାରିଲେ ଓଡ଼ିଆ ଚଳଚ୍ଚିତ୍ର ତାହା ସତ୍ତା ଫେରି ପାଇବ ତ!
-ଦିଲୀପ ହାଲି


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri