କଳିଙ୍ଗରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୪।୯(ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ। ଆଉ ଠିକ୍‌ ଦୁଇମାସ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହେବ। ଗୁରୁବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ସେ ବିଶ୍ୱକପ ଟ୍ରଫି ଓ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରା, ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂ, ଓଡ଼ିଶା ହକି ଡେଭଲପମେଣ୍ଟ କାଉନସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ତଥା କମିଶନର ଆର୍‌. ଭିନିଲ କ୍ରିଷ୍ଣା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ମେଗା ଇଭେଣ୍ଟ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୫ ତାରିଖରେ ଶେଷ ହେବ। ୫ଟି କନ୍‌ଫେଡେରେଶନରୁ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଏହି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବେ। ଗତଥରର ଚାମ୍ପିୟନ ଭାରତ ସମେତ କୋରିଆ, ମାଲେସିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ବେଲଜିୟମ, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ, ଆମେରିକା, କାନାଡା, ଚିଲି ଓ ଆର୍ଜେଣ୍ଟିନା ଏଥିରେ ଭାଗନେବେ। ତେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ଏହି ବିଶ୍ୱକପ୍‌ରୁ ଓହରିଯାଇଛନ୍ତି। ୨୧ ବର୍ଷରୁ କମ୍‌ ବର୍ଗରେ ଏହି ବିଶ୍ୱକପ୍‌ ଏବେ ପ୍ରତି ଚାରିବର୍ଷରେ ଥରେ ଆୟୋଜନ ହେଉଛି। ବିଶ୍ୱକପ୍‌ର ଗତ ସଂସ୍କରଣ ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଓ ଏଥିରେ ଭାରତ ଟାଇଟଲ ହାସଲ କରିଥିଲା।
ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଦ୍ୱାଦଶ ସଂସ୍କରଣର ଆୟୋଜନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଖମନ୍ତ୍ରୀ ଗ୍ରହଣ କରିଥିଲେ। ଏହା ପ୍ରଥମେ ଗୁଆହାଟୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ପୂର୍ବରୁ କିଳଙ୍ଗ ଷ୍ଟାଡିୟମରେ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ସମେତ ଏକାଧିକ ବିଶ୍ୱସ୍ତରୀୟ ହକି ଇଭେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି। ଓଡ଼ିଶା ଏବେ ଜାତୀୟ ହକିର ପେଣ୍ଠସ୍ଥଳୀରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହକିର ପ୍ରଚାର, ପ୍ରସାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିବେ। ବିଶ୍ୱସ୍ତରରେ ଭାରତ ହକିରେ ଆହୁରି ଉଲ୍ଲେଖନୀୟ ସଫଳତା ପାଇବା ପାଇଁ ରାଜ୍ୟ ସରକାର କ୍ଷମତା ଅନୁଯାୟୀ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ବିଶ୍ୱକପ୍‌ ଆୟୋଜନ କରିବାକୁ ଓ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦଳକୁ ସ୍ବାଗତ କରିବାକୁ ଆମେ ଉତ୍ସାହିତ ଅଛୁ। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଆମେ ଏହି ବିଶ୍ୱକପ୍‌କୁ ଏକ ସୁରକ୍ଷିତ ପରିବେଶରେ ସଫଳତାର ସହ ଆୟୋଜନ କରିବାକୁ ପ୍ରାଧାନ୍ୟ ଦେବୁ। ହାତରେ ଖୁବ୍‌ କମ୍‌ ସମୟ ଥିବା ବେଳେ ବିଶ୍ୱକପ୍‌ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଦେଶର ସମ୍ମାନ ରକ୍ଷା କରିବାକୁ ଯାଇ ଆମେ ଏହି ପ୍ରସ୍ତାବ ଗ୍ରହଣ କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ପୁରୁଷ ଓ ମହିଳା ହକି ଦଳର ସଫଳତା ପଛରେ ଓଡ଼ିଶାର ଅବଦାନ କଥା ସେ ଉଲ୍ଲେଖ କରିଥିଲେ। ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍‌ ପଦକ ହାସଲ କରିଥିଲା ଓ ମହିଳା ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବା ସହ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରି ଇତିହାସ ସୃଷ୍ଟି କରିଥିଲା। ପୂର୍ବରୁ ମଧ୍ୟ ଓଡ଼ିଶା ୨୦୧୭ରେ ସମାନ ଢଙ୍ଗରେ ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ କରିଥିଲା। ଆୟୋଜନରୁ ରାଞ୍ଚି ଶେଷ ମୁହୂର୍ତ୍ତରେ ଓହରିଯିବା ପରେ ଓଡ଼ିଶା ମାତ୍ର ୯୦ ଦିନ ମଧ୍ୟରେ ଏହି ମେଗା ଇଭେଣ୍ଟକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରି ଉଦାହରଣ ସୃଷ୍ଟି କରିଥିଲା।
୨୧ ବର୍ଷରୁ କମ୍‌ ତଥା ଜୁନିୟର ବିଶ୍ୱକପ୍‌ ଏଫ୍‌ଆଇଏଚ୍‌ କ୍ୟାଲେଣ୍ଡରର ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ। ଏହାକୁ ଆୟୋଜନ କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ଏହା ନିଶ୍ଚିତ ଭାବେ ଏକ ବଡ଼ କଥା ବୋଲି ବାତ୍ରା କହିଛନ୍ତି। ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି ଓ ଏଠାରେ କ୍ରୀଡ଼ା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି। ହକି ଓ କ୍ରୀଡ଼ାର ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସ ପ୍ରଶଂସନୀୟ। କୋଭିଡ୍‌-୧୯ ପ୍ରୋଟୋକଲ ଅନୁଯାୟୀ ଏହି ବିଶ୍ୱକପ୍‌ ସଫଳତାର ସହ ଆୟୋଜନ ହେବ ବୋଲି ବାତ୍ରା ଆଶା ପ୍ରକାଶ କରିଛନ୍ତି। ସେହିପରି କ୍ରମାଗତ ଦୁଇଟି ଜୁନିୟର ବିଶ୍ୱକପ୍‌ ଆୟୋଜନ କରିବା ଭାରତ ତଥା ହକି ଇଣ୍ଡିଆ ପାଇଁ ଏକ ଗୌରବର ବିଷୟ ବୋଲି ରାଜିନ୍ଦର କହିଛନ୍ତି। ପୂର୍ବରୁ ୨୦୧୬ରେ ଲକ୍ଷ୍ନୌରେ ବିଶ୍ୱକପ୍‌ର ଗତ ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇଥିଲା। ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ପୁଣି ଥରେ ଏହି ବିଶ୍ୱକପ୍‌ ସଫଳତାର ସହ ଆୟୋଜନ ହେବ ବୋଲି ସେ କହିଛନ୍ତି। ହକି ଓ କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ତାଙ୍କ ପ୍ରୟାସକୁ ଆହୁରି ତ୍ୱରାନ୍ବିତ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri