କଳାହାଣ୍ଡି ଏମ୍‌ପିଙ୍କ କୋକସରା ବ୍ଲକ ଗସ୍ତ

କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଗସ୍ତ କରିଛନ୍ତି। ସେ ବ୍ଲକ୍‌ର ଲଡ଼ୁଗାଁ ମାମୋଦେବୀ ଧର୍ମଶାଳାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ। ଏମ୍‌ପି ପଣ୍ଡା ପ୍ରଥମେ ସରସ୍ବତୀ ବିଦ୍ୟା ମନ୍ଦିରକୁ ଯାଇ ଶିଶୁମାନଙ୍କ ଗହଣରେ କିଛି ସମୟ କଟାଇବା ପରେ ଜୁନିୟର ସେକେଣ୍ଡାରୀ ସ୍କୁଲକୁ ଯାଇଥିଲେ । କଲେଜର ଭିତ୍ତିଭୂମି ପାଇଁ ଆଗାମୀ ଦିନରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ମା’ ମୋଦେବୀ ଧର୍ମଶାଳାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଥିଲେ। କୋକସରା ସିଟିଜେନ ଫୋରମ ତରଫରୁ ମିନି କେତନ ପ୍ରଧାନୀ, ଜଗବନ୍ଧୁ ମାଝି, ବନମାଳୀ ମାଝି, ଘାସିରାମ ପାଟ୍ଟଯୋଷୀ ଓ ଭତରା ସମାଜ ପକ୍ଷରୁ ନିଳକଣ୍ଠ ମାଝି, ଘନଶ୍ୟାମ ମାଝି ଏମ୍‌ପିଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରିଥିଲେ। ଏହି ଅବସରରେ ଅତିଥି ଭାବେ ଏମ୍‌ପି ପଣ୍ଡାଙ୍କ ସହ ବରିଷ୍ଠ ଭାଜପା ନେତା ଜନାର୍ଦ୍ଦନ ପଣ୍ଡା, ସାମାଜିକ କର୍ମୀ ତ୍ରିଳୋଚନ ଅଗ୍ରୱାଲ, ବିଶ୍ୱମ୍ବର ଶର୍ମା, ଲଡ଼ୁଗାଁ ସରପଞ୍ଚ କହ୍ନେଇ ଚରଣ ଦାସ, ବଦ୍ରି ନାରାୟଣ ପଟ୍ଟନାୟକ, କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଷୀ, କଲମପୁର ବ୍ଲକ୍‌ ଜିଲା ପରିଷଦ ସଭ୍ୟ ବିଜୟଦେବ ସାହୁ, ନାରୀନେତ୍ରୀ କୁନ୍ତି ପାଲ, ଜିଲା ପରିଷଦ ସଭ୍ୟା ଜାହ୍ନବି ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। କୋକସରା ବ୍ଲକ୍‌ର ଚାଷଜନିତ ସମସ୍ୟାକୁ ନେଇ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ ଏମ୍‌ପଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। କୋକସରା ବ୍ଲକ୍‌ରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ଗୁଡ଼ହାଣ୍ଡି ଡ଼ୋକରିଚଞ୍ଚରାକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ମିଳିଥିଲେ ମଧ୍ୟ ତାହାର ଭିତ୍ତିଭୂମି ବିକାଶ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ବ୍ଲକ୍‌ରେ ଥିବା ସମସ୍ୟା ସମାଧାନ ପାଇଁ ଦୃଷ୍ଟି ଦେବା ପାଇଁ ଏମ୍‌ପି ପ୍ରତିଶ୍ରୁତି ଦେଇଥିଲେ। ମଞ୍ଚ ପରିଚାଳନାରେ ବିବେକ ତାୟଲ ସହଯୋଗ କରିଥିଲେ। ସତ୍ୟ ନାରାୟଣ ଚୌଧରୀ, ଅରୁଣ ଅଗ୍ରୱାଲ, ଅମର ଅଗ୍ରୱାଲ, ଗରୁଡ଼ଧ୍ୱଜ ମାଝି ପ୍ରମୁଖ ସହଯୋଗ କରିଥିଲେ।