କଳା,ସଂସ୍କୃତିର ପୁନରୁଦ୍ଧାରକୁ ଅଣଦେଖା

ଚମ୍ପୁଆ,୭।୩(ଡି.ଏନ.ଏ.)- ଲୋପ ପାଇ ଯାଉଥିବା କଳା,ସଂସ୍କୃତିର ପୁନରୁଦ୍ଧାର ଓ କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟ ନେଇ ଏଠାରେ ଖୋଳାଯାଇଥିବା ବି.କେ.ଏସ୍‌.ଏସ୍‌. କାର୍ଯ୍ୟାଳୟ ଲକ୍ଷ୍ୟଠାରୁ ଦୂରରେ ରହିଛି। କଳା ସମ୍ବନ୍ଧୀୟ ଆଲୋଚନା ଓ ବୈଠକ ଆୟୋଜନ କରି କଳା ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରିବା ସକାଶେ ୨୦୧୧ ମସିହାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ବ୍ଲକରେ ବ୍ଲକ କଳା ସଂସ୍କୃତି କାର୍ଯ୍ୟାଳୟ ଏକ ପୁରୁଣା ଘରେ ଖୋଲା ଯାଇଥିଲା। ତକତ୍ାଳୀନ ଉପଜିଲାପାଳ ଡି. ବିନ୍ଦା ଓ ବିଡିଓ କୁକୁମିନା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୨ ବର୍ଷ ଯେନତେନ ପ୍ରକାରେ ଉକ୍ତ କାର୍ଯ୍ୟାଳୟ କାର୍ଯ୍ୟ କରୁଥିଲା। ପରେ ଦୀର୍ଘ ବର୍ଷ ହେବ ଏହା ପରିତ୍ୟକ୍ତ ଅବସ୍ଥାରେ ପଡି ରହି ବଣବୁଦା ଭିତରେ ଲୁଚିଗଲାଣି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଲାଗି ଏହି ସଂସ୍ଥା ଓ ଯୋଜନା ଆଜି ଅଲୋଡା ହୋଇ ପଡିଛି ବୋଲି କଳାକାରମାନେ ମତ ଦେଉଛନ୍ତି। ବିଭିନ୍ନ ଅଞ୍ଚଳରୁ ବ୍ଲକକୁ ଆସୁଥିବା କଳାକାରମାନେ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ଭତ୍ତା ଆଦି କାର୍ଯ୍ୟ ଶେଷ କରିବା ବେଳେ ନିଜ କାର୍ଯ୍ୟାଳୟରେ ବସିବା ପାଇଁ ସକ୍ଷମ ହୋଇପାରୁ ନାହାନ୍ତି। ବ୍ଲକ କଳା, ସଂସ୍କୃତି ସଂଗଠନର ସଭାପତି ଭାବେ ବିଡିଓ ଦାୟିତ୍ୱରେ ଥିବା କୁହାଯାଉଛି। କଳା, ସଂସ୍କୃତିର ପୁନରୁଦ୍ଧାର କାର୍ଯ୍ୟକୁ ଅଣଦେଖା କରାଯିବା ନେଇ ସମ୍ପାଦକ ତଥା ବିଏସଏସଓ ଅଧିକାରୀ ଶିବାନୀ ମାର୍ଣ୍ଡିଙ୍କୁ ପଚାରିବାରୁ ସେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri