କଳାକାର ହେବା ସହଜ ନୁହେଁ: ଅଜୟ

କଳାକାର ହେବା ଛୋଟିଆ କଥା ନୁହେଁ। ଯିଏ ନିଜର ସବୁ ସୁଖଦୁଃଖକୁ ପଛରେ ପକେଇ ମଞ୍ଚ ଉପରେ ଅଭିନୟ କରିପାରେ ସେ ହିଁ ସଚ୍ଚା କଳାକାରଟିଏ ହୋଇପାରେ। ଏକଥା କହନ୍ତି ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତା ଅଜୟ ସ୍ବାଇଁ। ତାଙ୍କ ଜୀବନରେ ଘଟିଥିଲା ଏକ ଘଟଣା ଯାହାକୁ ଅତିକ୍ରମ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ ଥିଲା। ମାତ୍ର ସେ କଳା ପାଇଁ ସେହି ଘଟଣାକୁ ମନରେ ଚାପି ରଖି ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଅଜୟ ସେତେବେଳେ ଅପେରା ବ୍ଲୁରେ କାମ କରୁଥାନ୍ତି। ଗଣେଶ ପୂଜା ସମୟ। ପାର୍ଟି ଦେବଗଡ଼ ଯାଉଥାଏ। ସେ ଥାଆନ୍ତି ପାର୍ଟି ସହିତ। ଗାଡ଼ି ଯାଇ ଲାଗିଲା ଖମାର ନାମକ ଏକ ସ୍ଥାନରେ। ତାଙ୍କର ବାପାଙ୍କ କଥା ଭାରି ମନେ ପଡ଼ିଲା। ସେ ଫୋନ୍‌ କଲେ ଘରକୁ। ବାପାଙ୍କ ସହ କଥା ହେଲେ। ଭାରି ଖୁସିରେ ତାଙ୍କ ସହିତ କଥା ହେଲେ ବାପା। ଫୋନ୍‌ ରଖିଦେଲେ ଅଜୟ। ଖମାରରୁ ଗାଡ଼ି ଚାଲିଲା ଆଗକୁ। କୋଡ଼ିଏ ପଚିଶ କିଲୋମିଟର ଯାଇଛନ୍ତି ହଠାତ୍‌ ଫୋନ୍‌ ବାଜି ଉଠିଲା। ଚମକି ପଡ଼ିଲେ ଅଜୟ। ଫୋନ୍‌ ସ୍ବିଚ୍‌ ଅନ୍‌ କରନ୍ତି ତ ଯାହା ଶୁଣିଲେ ବିଶ୍ୱାସ କରିପାରିଲେ ନାହିଁ। ବଡ଼ ଭାଇ କହୁଥିଲେ, ବାପା ଆଉ ନାହାନ୍ତି। ଅଜୟଙ୍କ ଆଖି ଆଗରେ ଯେମିତି ଅନ୍ଧାର ଜମାଟ ବାନ୍ଧିଗଲା। ସେ ତ ଏବେ ବାପାଙ୍କ ସହ କଥା ହୋଇଥିଲେ। ଏମିତି କ’ଣ ହେଇଗଲା ଯେ, ବଡ଼ଭାଇ କହୁଛନ୍ତି ବାପା ଆଉ ନାହାନ୍ତି। ବଡ଼ଭାଇ କହୁଥିଲେ, ବାପା ପାନ ଭାଙ୍ଗି ଖାଇଲେ। ନଈକୂଳକୁ ଯାଉଥିଲେ। ହଠାତ କ’ଣ ହେଇଗଲା ତଳେ ପଡ଼ିଗଲେ। ଆଉ ଦେଖିବା ବେଳକୁ ତାଙ୍କ ଦେହରେ ଜୀବନ ନାହିଁ। ବେଳେ ବେଳେ ଏମିତି ଘଟଣା ହିଁ ଘଟେ। ଅଜୟ ସେଇଠୁ ଘରକୁ ଫେରିଲେ। ଉଦ୍ଦେଶ୍ୟ, ଶେଷଥର ପାଇଁ ବାପାଙ୍କୁ ଦେଖିବେ। ମାତ୍ର ପହଞ୍ଚତ୍ବା ବେଳକୁ ଅନେକ ଡେରି ହୋଇଯାଇଥିଲା। ସାହିପଡ଼ିଶାର ଭାଇମାନେ ବାପାଙ୍କୁ ଚିତାରେ ବସେଇ ସାରିଥିଲେ। ଚିତା ନିଅଁାରେ ଜଳୁଥିଲେ ବାପା। ଏମିତିକି କାଠ ଖଣ୍ଡିଏ ବି ନ ଥିଲା ବାପାଙ୍କ ଚିତାରେ ଦବା ପାଇଁ। ସେ ଚିତାପାଖରେ ପଡ଼ିଥିବା କାଠର ଛେଲିକୁ ବାପାଙ୍କ ଚିତାରେ ପକେଇ ତାଙ୍କର ଶେଷ ସମ୍ମାନ ପ୍ରଦର୍ଶନ କଲେ। ଆଉ କଳାକାର ହୋଇଥିବାର ଦୁଃଖ ବାପାଙ୍କୁ କହିଥିଲେ। କ୍ଲବ ଡ୍ରାମାରୁ ଯାତ୍ରା କ୍ୟାରିଅର ଆରମ୍ଭ କରିଥିବା ଅଜୟ କହନ୍ତି : କଳାକାର ହେବାକୁ ହେଲେ ଏସବୁ ଘଟଣାକୁ ଛାତି ଭିତରେ ଚାପିରଖିବାକୁ ହୁଏ। ହେଲେ ବାସ୍ତବରେ ଏସବୁ ଛାତିରେ ଲୁଚେଇ ରଖି ଅଭିନୟ କରିବା ସହଜ ନୁହେଁ। ଅଜୟଙ୍କ ଅଭିନୟ ଯାତ୍ରା କିନ୍ତୁ ଚାଲିଛି। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ଅଜୟ ଇତିମଧ୍ୟରେ ଦୀର୍ଘ ପନ୍ଦର ବର୍ଷରୁ ଊର୍ଦ୍ଧ୍ୱକାଳ ସେ ଯାତ୍ରା ଜଗତରେ ଅତିବାହିତ କରି ସାରିଲେଣି। ବହୁ ସଫଳ ନାଟକରେ ଅଭିନୟ କରିଛନ୍ତି। ସେସବୁ ମଧ୍ୟରେ ରହିଛି ‘ମହୁରି ବାଜିବ ଗଉରୀ ପାଇଁ’, ‘କାଚ ସହର’, ‘ଲେଡ଼ି ଟାର୍ଜନ’, ‘ସ୍ତ୍ରୀ ପ୍ରତି ସାବଧାନ’, ‘ସାପୁଆ କେଳା’, ‘ଘୁଙ୍ଗୁର ବାନ୍ଧିଲି ତୁମରି ପାଇଁ’, ‘ଛତା ଚିହ୍ନରେ ଭୋଟ୍‌ ଦିଅ’, ‘ସାବିଲୋ ତତେ ଯୋଗଣୀ ଖାଉ’, ‘ଜିନ୍ଦାବାଦ ଓଡ଼ିଶା’, ‘ଛାତିରେ ରହିଛି ରାତିର କଥା’, ‘ମୋ ଭାଇ ମୁଣ୍ଡରେ ସୁନା ମୁକୁଟ’, ‘ଡାଆଣୀ ଆଖି’, ‘ବାଲେଶ୍ୱର ବୋହୂ ବର୍ଷା’ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri