କଳାକାର ହେବା ସହଜ ନୁହେଁ: ଅଜୟ

କଳାକାର ହେବା ଛୋଟିଆ କଥା ନୁହେଁ। ଯିଏ ନିଜର ସବୁ ସୁଖଦୁଃଖକୁ ପଛରେ ପକେଇ ମଞ୍ଚ ଉପରେ ଅଭିନୟ କରିପାରେ ସେ ହିଁ ସଚ୍ଚା କଳାକାରଟିଏ ହୋଇପାରେ। ଏକଥା କହନ୍ତି ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତା ଅଜୟ ସ୍ବାଇଁ। ତାଙ୍କ ଜୀବନରେ ଘଟିଥିଲା ଏକ ଘଟଣା ଯାହାକୁ ଅତିକ୍ରମ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ ଥିଲା। ମାତ୍ର ସେ କଳା ପାଇଁ ସେହି ଘଟଣାକୁ ମନରେ ଚାପି ରଖି ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଅଜୟ ସେତେବେଳେ ଅପେରା ବ୍ଲୁରେ କାମ କରୁଥାନ୍ତି। ଗଣେଶ ପୂଜା ସମୟ। ପାର୍ଟି ଦେବଗଡ଼ ଯାଉଥାଏ। ସେ ଥାଆନ୍ତି ପାର୍ଟି ସହିତ। ଗାଡ଼ି ଯାଇ ଲାଗିଲା ଖମାର ନାମକ ଏକ ସ୍ଥାନରେ। ତାଙ୍କର ବାପାଙ୍କ କଥା ଭାରି ମନେ ପଡ଼ିଲା। ସେ ଫୋନ୍‌ କଲେ ଘରକୁ। ବାପାଙ୍କ ସହ କଥା ହେଲେ। ଭାରି ଖୁସିରେ ତାଙ୍କ ସହିତ କଥା ହେଲେ ବାପା। ଫୋନ୍‌ ରଖିଦେଲେ ଅଜୟ। ଖମାରରୁ ଗାଡ଼ି ଚାଲିଲା ଆଗକୁ। କୋଡ଼ିଏ ପଚିଶ କିଲୋମିଟର ଯାଇଛନ୍ତି ହଠାତ୍‌ ଫୋନ୍‌ ବାଜି ଉଠିଲା। ଚମକି ପଡ଼ିଲେ ଅଜୟ। ଫୋନ୍‌ ସ୍ବିଚ୍‌ ଅନ୍‌ କରନ୍ତି ତ ଯାହା ଶୁଣିଲେ ବିଶ୍ୱାସ କରିପାରିଲେ ନାହିଁ। ବଡ଼ ଭାଇ କହୁଥିଲେ, ବାପା ଆଉ ନାହାନ୍ତି। ଅଜୟଙ୍କ ଆଖି ଆଗରେ ଯେମିତି ଅନ୍ଧାର ଜମାଟ ବାନ୍ଧିଗଲା। ସେ ତ ଏବେ ବାପାଙ୍କ ସହ କଥା ହୋଇଥିଲେ। ଏମିତି କ’ଣ ହେଇଗଲା ଯେ, ବଡ଼ଭାଇ କହୁଛନ୍ତି ବାପା ଆଉ ନାହାନ୍ତି। ବଡ଼ଭାଇ କହୁଥିଲେ, ବାପା ପାନ ଭାଙ୍ଗି ଖାଇଲେ। ନଈକୂଳକୁ ଯାଉଥିଲେ। ହଠାତ କ’ଣ ହେଇଗଲା ତଳେ ପଡ଼ିଗଲେ। ଆଉ ଦେଖିବା ବେଳକୁ ତାଙ୍କ ଦେହରେ ଜୀବନ ନାହିଁ। ବେଳେ ବେଳେ ଏମିତି ଘଟଣା ହିଁ ଘଟେ। ଅଜୟ ସେଇଠୁ ଘରକୁ ଫେରିଲେ। ଉଦ୍ଦେଶ୍ୟ, ଶେଷଥର ପାଇଁ ବାପାଙ୍କୁ ଦେଖିବେ। ମାତ୍ର ପହଞ୍ଚତ୍ବା ବେଳକୁ ଅନେକ ଡେରି ହୋଇଯାଇଥିଲା। ସାହିପଡ଼ିଶାର ଭାଇମାନେ ବାପାଙ୍କୁ ଚିତାରେ ବସେଇ ସାରିଥିଲେ। ଚିତା ନିଅଁାରେ ଜଳୁଥିଲେ ବାପା। ଏମିତିକି କାଠ ଖଣ୍ଡିଏ ବି ନ ଥିଲା ବାପାଙ୍କ ଚିତାରେ ଦବା ପାଇଁ। ସେ ଚିତାପାଖରେ ପଡ଼ିଥିବା କାଠର ଛେଲିକୁ ବାପାଙ୍କ ଚିତାରେ ପକେଇ ତାଙ୍କର ଶେଷ ସମ୍ମାନ ପ୍ରଦର୍ଶନ କଲେ। ଆଉ କଳାକାର ହୋଇଥିବାର ଦୁଃଖ ବାପାଙ୍କୁ କହିଥିଲେ। କ୍ଲବ ଡ୍ରାମାରୁ ଯାତ୍ରା କ୍ୟାରିଅର ଆରମ୍ଭ କରିଥିବା ଅଜୟ କହନ୍ତି : କଳାକାର ହେବାକୁ ହେଲେ ଏସବୁ ଘଟଣାକୁ ଛାତି ଭିତରେ ଚାପିରଖିବାକୁ ହୁଏ। ହେଲେ ବାସ୍ତବରେ ଏସବୁ ଛାତିରେ ଲୁଚେଇ ରଖି ଅଭିନୟ କରିବା ସହଜ ନୁହେଁ। ଅଜୟଙ୍କ ଅଭିନୟ ଯାତ୍ରା କିନ୍ତୁ ଚାଲିଛି। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ଅଜୟ ଇତିମଧ୍ୟରେ ଦୀର୍ଘ ପନ୍ଦର ବର୍ଷରୁ ଊର୍ଦ୍ଧ୍ୱକାଳ ସେ ଯାତ୍ରା ଜଗତରେ ଅତିବାହିତ କରି ସାରିଲେଣି। ବହୁ ସଫଳ ନାଟକରେ ଅଭିନୟ କରିଛନ୍ତି। ସେସବୁ ମଧ୍ୟରେ ରହିଛି ‘ମହୁରି ବାଜିବ ଗଉରୀ ପାଇଁ’, ‘କାଚ ସହର’, ‘ଲେଡ଼ି ଟାର୍ଜନ’, ‘ସ୍ତ୍ରୀ ପ୍ରତି ସାବଧାନ’, ‘ସାପୁଆ କେଳା’, ‘ଘୁଙ୍ଗୁର ବାନ୍ଧିଲି ତୁମରି ପାଇଁ’, ‘ଛତା ଚିହ୍ନରେ ଭୋଟ୍‌ ଦିଅ’, ‘ସାବିଲୋ ତତେ ଯୋଗଣୀ ଖାଉ’, ‘ଜିନ୍ଦାବାଦ ଓଡ଼ିଶା’, ‘ଛାତିରେ ରହିଛି ରାତିର କଥା’, ‘ମୋ ଭାଇ ମୁଣ୍ଡରେ ସୁନା ମୁକୁଟ’, ‘ଡାଆଣୀ ଆଖି’, ‘ବାଲେଶ୍ୱର ବୋହୂ ବର୍ଷା’ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri