କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ, ଦିଗପହଣ୍ଡି ଥାନାରେ ଏତଲା

ଦିଗପହଣ୍ଡି,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଛାତ୍ରୀଙ୍କ ବାପା ବୁଧବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କଲେଜରେ ଯୁକ୍ତ ୨ରେ ପଢ଼ୁଥିବା ଛାତ୍ରୀଜଣଙ୍କ ଗତ ଶନିବାର କଲେଜ ଯାଇ ଆଉ ଘରକୁ ଫେରି ନାହାନ୍ତି। ପରିବାରଲୋକେ ୪ଦିନ ଧରି ବିଭିନ୍ନ ଗ୍ରାମକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ଅପହୃତା ଛାତ୍ରୀଙ୍କ ସନ୍ଧାନ ମିଳିପାରିନାହିଁ। ତେବେ ଗ୍ରାମ ନିକଟ ଅନ୍ୟ ଏକ ଗାଁର ଭିନ୍ନ ଜାତିର ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଥିବା ଦର୍ଶାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।