କଲିକତାରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାଆନ୍ଦୋଳନକୁ ଓହ୍ଲାଇଲେ ବ୍ରହ୍ମପୁରର ଡାକ୍ତର

ବ୍ରହ୍ମପୁର ଅଫିସ୍‌,୧୫ା୬-କଲିକତାସ୍ଥିତ ନୀଲରତନ ସିରକାର ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଜଣେ ୭୫ବର୍ଷୀୟ ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ୨ ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପଶ୍ଚିମବଙ୍ଗ ସରକାର ଚୁପ୍‌ ରହିବା ସହ ଆକ୍ରମଣକାରୀଙ୍କୁ ଗିରଫ କରୁ ନ ଥିବା ଅଭିଯୋଗ ଆଣି ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଶୁକ୍ରବାର ବ୍ରହ୍ମପୁରରେ ମଧ୍ୟ ଏହି ଘଟଣାକୁ ନେଇ ଡାକ୍ତରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ବିଭିନ୍ନ ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ମେଡ଼ିକାଲ୍‌ ସର୍ଭିସ୍‌ ଆସୋସିଏଶନ୍‌ (ଓମ୍‌ସା) ତରଫରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଓମ୍‌ସାର ରାଜ୍ୟ ସଭାପତି ଡା. ନିରାକର ଭଟ୍ଟଙ୍କ ନେତୃତ୍ୱରେ ବ୍ରହ୍ମପୁର ସିଟି ହସ୍ପିଟାଲ୍‌ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ତୁରନ୍ତ ଡାକ୍ତରଙ୍କ ସହ ଆଲୋଚନା କରି ଘଟଣାକୁ ସମାଧାନ କରିବାକୁ ଦାବି କରାଯାଇଛି । ଯେଉଁମାନେ ଜୁନିୟର୍‌ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସ୍ଲୋଗାନ୍‌ ଦିଆଯାଇଥିଲା। ଦେଶରେ ଡାକ୍ତରମାନେ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ସେମାନେ ଭୟରେ କାମ କରୁଛନ୍ତି। ଜୀବନ ପ୍ରତି ବିପଦ ଦେଖାଦେଉଛି। ତେଣୁ ତୁରନ୍ତ କେନ୍ଦ୍ର ସରକାର ଡାକ୍ତରଙ୍କ ସୁରକ୍ଷା ପାଇଁ ବିଲ୍‌ ଆଣନ୍ତୁ ବୋଲି ଓମ୍‌ସାର ସଭାପତି ଡା. ଭଟ୍ଟ ଦାବି କରିଛନ୍ତି । ଓଡ଼ିଶା ସରକାର ତୁରନ୍ତ ଏନେଇ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାନ୍ତୁ ବୋଲି ସେ କହିଛନ୍ତି ।
ଏହି ଅବସରରେ ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ, ସିଟି ହସ୍ପିଟାଲ୍‌ ସୁପରିଟେଣ୍ଡେଣ୍ଟ ପି.କୁର୍ମେୟା, ଡା. ଶଙ୍କର୍ଷଣ ପାତ୍ର, ଡା. ପ୍ରମୋଦ ପଟ୍ଟନାୟକ, ଡା. ଭବାନୀଶଙ୍କର ମିଶ୍ର, ଡା. ଗୋପାଳ ପଟ୍ଟନାୟକ, ଡା. ଶରତ ସାମଲ, ଡା. ଅଶୋକ କୁମାର ମଲ୍ଳିକ, ଡା. ସୁଶାନ୍ତ ବେହେରା, ଡା. କୃଷ୍ଣମୋହନ ରଥ, ଡା. ରାଜେନ୍ଦ୍ର ସାହୁ, ଡା. ରଞ୍ଜିତ କୁମାର ପାତ୍ର, ଡା. ଶୁଭକାନ୍ତ ଦାସ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଓମ୍‌ସାର ରାଜ୍ୟ ସଭାପତି ଡା. ଭଟ୍ଟ ପ୍ରକାଶ କରିଛନ୍ତି ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୟୁଜି, ପିଜି, ହାଉସ୍‌ ସର୍ଜନ ଏବଂ ଅନ୍ୟାନ୍ୟ ବିଭାଗର ଡାକ୍ତରମାନେ ଏହି ବିକ୍ଷୋଭରେ ସାମିଲ ଥିଲେ। ଅନ୍ୟପଟେ ଇଣ୍ଡିଆନ୍‌ ମେଡ଼ିକାଲ୍‌ ଆସୋସିଏଶନ (ଆଇଏମ୍‌ଏ)ର ବ୍ରହ୍ମପୁର ଶାଖା ପକ୍ଷରୁ ମଧ୍ୟ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି ।
ଏକ ସ୍ମାରକପତ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଆସୋସିଏଶନ୍‌ ତରଫରୁ ପଠାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି, ସୁରକ୍ଷିତ ବାତାବରଣରେ କାମ କରିବାର ଅଧିକାର ସମସ୍ତ ବୃତ୍ତିର ଲୋକଙ୍କର ରହିଛି। ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ଡାକ୍ତର, କର୍ମଚାରୀ ଏବଂ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ। ଦେଶରେ ଜନସଂଖ୍ୟା ସହ ରୋଗୀଙ୍କ ସଂଖ୍ୟା ବଢ଼ୁଛି । କିନ୍ତୁ ଡାକ୍ତରଙ୍କ ସଂଖ୍ୟା ବଢ଼ୁନି। ତଥାପି ଡାକ୍ତରମାନେ ଯଥାସମ୍ଭବ ସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ଡାକ୍ତରଙ୍କ ପ୍ରତି ବଢ଼ୁଥିବା ହିଂସାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ହେବା ଆବଶ୍ୟକ । ଲୋକମାନଙ୍କୁ ସଚେତନ କରିବା ଜରୁରୀ । ଏଣୁ ତୁରନ୍ତ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍‌ର ଆବଶ୍ୟକତା ରହିଛି । ଆକ୍ରମଣକାରୀଙ୍କୁ ସର୍ବନିମ୍ନ ସାତବର୍ଷ ଜେଲ୍‌ ଦଣ୍ଡ ଦିଆଯାଉ ।
ମେଡ଼ିକାଲ୍‌ଗୁଡ଼ିକ ସ୍ବତନ୍ତ୍ର ସୁରକ୍ଷିତ ଜୋନ୍‌ ଭାବେ ଘୋଷଣା କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ । କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସଭାପତି ଡା. ସୁରେଶ ଚନ୍ଦ୍ର ମିଶ୍ର, ସମ୍ପାଦକ ଡା. କମଳାକାନ୍ତ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ତଥା କୋଷାଧ୍ୟକ୍ଷ ଡା. ଦେବାଶିଷ ପାଢ଼ୀ ପ୍ରମୁଖ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri