କଲରାପତରିଆ ବାଘ, ଚିତା ହରିଣ ଛାଲ ଜବତ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଭୁବନେଶ୍ୱର/ନୟାଗଡ଼ ଅଫିସ,୮।୬(ବ୍ୟୁରୋ): ବାଘ ଓ ହରିଣ ଛାଲ ର଼୍ୟାକେଟର ଦୁଇ ବ୍ୟବସାୟୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ଥାନା ସାକେଣିର ପ୍ରତାପ ନାୟକ ଓ ଦେଡ଼ସର ଗାଁର ଈଶ୍ୱର ଚନ୍ଦ୍ର ଦେଉରୀ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ସେମାନଙ୍କୁ ଗିରଫ କରି ଦଶପଲ୍ଲା କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦଶପଲ୍ଲା ସବ୍‌ ଜେଲକୁ ପଠା ଯାଇଛି ।
ପ୍ରକାଶ ଯେ, ଗତ ୬ ତାରିଖରେ ଦଶପଲ୍ଲାର ଗିରିପୂଜା ଜଙ୍ଗଲରୁ ଦୁଇଟି କଲରାପତାରିଆ ବାଘ ଓ ଦୁଇଟି ଚିତା ହରିଣ ଛାଲ ଜବତ କରାଯାଇଥିଲା। ଏହାକୁ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଗତ ୬ ତାରିଖରେ ଏସ୍‌ଟିଏଫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିଲେ।