କଲରାପତରିଆ ବାଘୁଣୀ ବର୍ଷା ମୃତ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ବେଶ ଖୁସିରେ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ସୋମବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ୧୯ନଂ. ଏନ୍‌କ୍ଲୋଜରରେ ଥିବା ୧୪ବର୍ଷର ଏକ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ହୋଇଛି। ଗତ ୨୪ତାରିଖରେ ଏନକ୍ଲୋଜରରେ ବିଚରଣ କରୁଥିବାବେଳେ ବର୍ଷାର ଗର୍ଭାଶୟ ହଠାତ୍‌ ବାହାରିପଡ଼ିବାରୁ ତାକୁ ୨୫ତାରିଖରେ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତରମାନେ ନିଶା ଦେଇ ଗର୍ଭାଶୟକୁ ଭିତରକୁ ପୂରାଇ ସିଲାଇ କରିଥିଲେ। ୩ଦିନ ରହିବାପରେ ଟିକେ ସୁସ୍ଥ ହୋଇଆସୁଥିବାର ଅନୁମାନକରି ଡାକ୍ତରଙ୍କ ପରାମର୍ଶକ୍ରମେ କର୍ମଚାରୀମାନେ ବର୍ଷାକୁ ୨୮ତାରିଖରେ ତା’ର ଏନକ୍ଲୋଜରରେ ଛାଡିଥିଲେ। ହଠାତ୍‌ ସୋମବାର ପୁଣିଥରେ ବର୍ଷା ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ସନ୍ଧ୍ୟା ୫ଟାରେ ବର୍ଷାର ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ମଧ୍ୟ ବର୍ଷାର ଗର୍ଭାଶୟ ଏହିଭଳି ବାହରିଥିଲା। ସୂଚନାଯୋଗ୍ୟ, ବର୍ଷା ୩ମାସର ହୋଇଥିବାବେଳେ ଚନ୍ଦକାରୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା। ଆସିବାର ୨୦ବର୍ଷ ବ୍ୟବଧାନ ପରେ କଲରାପତରିଆ ବାଘ ବଂଶର ମଙ୍ଗ ଧରିବା ସହ ୨୦ଫେବୃୟାରୀ ୨୦୧୦ରେ ଦୁଇଟି ଛୁଆ ଜନ୍ମ କରିଥିଲେ ମଧ୍ୟ ବଞ୍ଚତ୍ପାରି ନ ଥିଲେ। ଏହାପରେ ବର୍ଷା ଆଉ ଛୁଆ ଜନ୍ମ କରିବାର ସୌଭାଗ୍ୟ ଅର୍ଜନ କରିପାରି ନାହିଁ। ବର୍ଷାର ମୃତ୍ୟୁ ପରେ କଲରାପତାରିଆ ବାଘ ସଂଖ୍ୟା ହ୍ରାସପାଇ ୬ରେ ପହଞ୍ଚତ୍ଛି। ସେଥିମଧ୍ୟରେ ୪ ଅଣ୍ଡିରା ଓ ୨ ମାଈ ଅଛନ୍ତି।