Posted inଖେଳ

କର ବା ମର ସ୍ଥିତିରେ ବାଙ୍ଗାଲୋର

କୋଲକାତା,୧୯।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୫ତମ ମୁକାବିଲାରେ ଶୁକ୍ରବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଲିଗ୍‌ରେ ପ୍ଲେ- ଅଫ୍‌ ଆଶ ବଜାୟ ରଖିବାକୁ ହେଲେ ବାଙ୍ଗାଲୋରକୁ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡିବ। ବାଙ୍ଗାଲୋର ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ନିହାତି ମାମୁଲି ପ୍ରଦର୍ଶନ କରି ଗୋଟିଏ ବିଜୟ ଓ ୭ଟି ପରାଜୟ ସହ ୨ ପଏଣ୍ଟ ପାଇ ତାଲିକାର ଅନ୍ତିମ ତଥା ଅଷ୍ଟମ ସ୍ଥାନରେ ରହିଛି। ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ରହିଥିବା କୋଲକାତା କ୍ରମାଗତ କୋତୋଟି ପରାଜୟବରଣ କରି ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଖସିଛି। ଫଳରେ କୋଲକାତାର ଆତ୍ମବିଶ୍ୱାସ ଦୋହଲିଯାଇଛି। ଏପରିସ୍ଥଳେ ସୁଯୋଗର ସଦ୍‌  ବ୍ୟବହାର କରି ବାଙ୍ଗାଲୋର ବିଜୟୀ ହେବାକୁ ପ୍ରୟାସ କରିବ। କୋଲକାତା ଷ୍ଟାର ଖେଳାଳି ତଥା ଡେଞ୍ଜରମ୍ୟାନ ଆନ୍ଦ୍ରେ ରସେଲ ଅଭ୍ୟାସ ବେଳେ ବଲ୍‌ ବାଜିବା କାରଣରୁ କାନ୍ଧରେ ଆଘାତ ପାଇଛନ୍ତି।  ସେ ମଧ୍ୟ ପୂର୍ବରୁ ଗତ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସହଜ ଅନୁଭବ କରୁ ନ ଥିଲେ ଓ ଚଳିତ ସଂସ୍କରଣରେ ପ୍ରଥମଥର ପାଇଁ ବ୍ୟାଟିଂରେ ବିଫଳ ହୋଇଥିଲେ। ରସେଲଙ୍କ ଉପରେ କୋଲକାତା ଅତ୍ୟଧିକ ନିର୍ଭରଶୀଳ ହେବା ମଧ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାପୂର୍ବରୁ ରସେଲ ନିଜ ଦମ୍‌ଦାର ବ୍ୟାଟିଂ ବଳରେ କୋଲକାତାକୁ ଏକାଧିକ ମ୍ୟାଚ୍‌ ବିଜୟୀ କରାଇଛନ୍ତି। ତେବେ ସେ ଫିଟ୍‌ ହୋଇ ଖେଳିବେ କି ନା ତାହା ଦେଖିବାକୁ ବାକି ରହିଲା। ସେ ନ ଖେଳିଲେ କୋଲକାତାର ସମସ୍ୟ ଦ୍ୱିଗୁଣିତ ହେବ। ପ୍ଲେ- ଅଫ୍‌ ସ୍ଥାନ ହାସଲ କରିବାକୁ ହେଲେ କୋଲକାତାକୁ ବାକିଥିବା ୬ଟି ମ୍ୟାଚ୍‌ରୁ ଅତିକମ୍‌ରେ ୪ଟି ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏଥିମଧ୍ୟରୁ ୩ ମ୍ୟାଚ୍‌ ଘରୋଇ ଇଡେନ ଗାର୍ଡନ ଗ୍ରାଉଣ୍ଡରେ ଖେଳାଯିବ।

ଅପରପକ୍ଷରେ ବାଙ୍ଗାଲୋରର ଦୁଇ ତାରକା ତଥା ଅଭିଜ୍ଞ ଖେଳାଳି ଏବି ଡିଭିଲର୍ସ ଓ କୋହଲିଙ୍କ ଆନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଦଳଗତ ପ୍ରଦର୍ଶନ କରିବାରେ ବାଙ୍ଗାଲୋର ବିଫଳ ହୋଇଛି। ଦଳର ଦ୍ରୁତ ବୋଲିଂରେ ସମସ୍ୟା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି। ଯୁବ ବୋଲର ନବଦୀପ ସଇନି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସିନିୟର ଦ୍ରୁତ ବୋଲର ଉମେଶ ଯାଦବ ୯.୨୬ ରନ ହାରରେ ମୋଟ ୨ଟି ଉଇକେଟ ହାସଲ କରି ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ ଆହତ ନାଥନ କଲ୍ଟର- ନିଲଙ୍କ ସ୍ଥାନରେ ସାମିଲ ହେବେ। ଏହାହେଲେ ଦଳର ଦ୍ରୁତ ବୋଲିଂ ବିଭାଗ ଶକ୍ତିଶାଳୀ ହେବ। କୋହଲି ଓ ଡିଭିଲର୍ସ ଯୋଡି ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଅନ୍ୟପଟେ କୋଲକାତା ଦ୍ରୁତ ବୋଲର ଆଭରେଜ ପ୍ରଦର୍ଶନ କରିଛନ୍ତି। ସ୍ପିନରମାନେ ଉଇକେଟ ପାଇଁ ସଂଘର୍ଷ କରୁଥିବାର ଦେଖାଯାଇଛି। ବ୍ୟାଟିଂ ଫ୍ରେଣ୍ଡଲି ଇଡେନ ଗାର୍ଡେର ଉଇକେଟରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ବିଶ୍ୱକପ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିବା କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ପଛରେ ପକାଇ ଚୟନକର୍ତ୍ତାମାନେ କାର୍ତ୍ତିକଙ୍କୁ ଦଳରେ ସାମିଲ କରିଥିଲେ। ଚଳିତ ଆଇପିଏଲ୍‌ରେ କାର୍ତ୍ତିକ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି ଓ ତାଙ୍କର ହାରାହାରି ରନ ସଂଗ୍ରହ ରହିଛି ୧୮.୫୦।

କୋଲକାତା ନାଇଟ୍‌ ରାଇଡର୍ସ: ଦୀନେଶ କାର୍ତ୍ତିକ (ଅଧିନାୟକ), ରବିନ୍‌ ଉଥାପ୍ପା, କ୍ରିସ୍‌ ଲିନ୍‌, ଶୁବମନ ଗିଲ, ଆନ୍ଦ୍ରେ ରସେଲ, କାର୍ଲୋସ ବ୍ରାଥଓ୍ବେଟ୍‌, ସୁନୀଲ ନାରିନ, ପୀୟୂଷ ଚାଓ୍ବଲା, କୁଲଦୀପ ଯାଦବ, ନିଖିଲ ନାଏକ, ଜୋ ଡେନଲି, ଶ୍ରୀକାନ୍ତ ମୁଣ୍ଡେ, ନୀତୀଶ ରାଣା, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ଲୋକି ଫର୍ଗୁସନ, ହାରୀ ଗୁର୍ନୀ, ମ୍ୟାଟ୍‌ କେଲୀ, କେ.ସି. କାରିଆପ୍ପା ଓ ୟାରା ପୃଥ୍ବୀରାଜ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (ଅଧିନାୟକ), ପାର୍ଥିବ ପଟେଲ, ଏବି ଡିଭିଲର୍ସ, କଲିନ୍‌ ଡି ଗ୍ରାଣ୍ଡହୋମ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ମୋଇନ ଅଲି, ଶିମରନ ହେଟମେୟର, ଡେଲ ଷ୍ଟେଇନ୍‌, ଶିବମ ଦୁବେ, ମହମ୍ମଦ ସିରାଜ, ନବଦୀପ ସଇନୀ, ଦେବଦୁତ୍ତ ପାଡିକାଲ, ହିମତ ସିଂ, ମିଲିନ୍ଦ କୁମାର, ଗୁରକିରାତ୍‌ ସିଂ ମାନ, ହେନେରିଚ୍‌ କ୍ଲାସେନ, ପବନ ନେଗୀ, ପ୍ରୟାସ ରାୟ ବର୍ମନ, କୁଲଓ୍ବନ୍ତ ଖେଜ୍ରୋଲିୟା ଓ ଟିମ୍‌ ସାଉଦି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri