କର୍ଲାମୁଣ୍ଡା ସମବାୟ ସମିତି: ୨୩ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ

କର୍ଲାମୁଣ୍ଡା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ପକ୍ଷରୁ ବୁଧବାର ମଣ୍ଡି ଉଦ୍‌ଘାଟନ କରାଯାଇ ଧାନ କ୍ରୟ କରିବା ଆରମ୍ଭ ହୋଇଯାଇଛି। ଏହି ଅବସରରେ ସମବାୟ ସମିତି ସଭାପତି ଗୋବର୍ଦ୍ଧନ ଭୋଇ, ସମ୍ପାଦକ ଭବାନୀଶଙ୍କର ସାହୁ, ଦେବରାଜ ରଣା ପ୍ରମୁଖ ଯୋଗଦେଇ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ଦିନରେ ୨୧ ଜଣ ଚାଷୀଙ୍କ ୧ ହଜାର ୩୦ କୁଇଇଣ୍ଟାଲ ଧାନ କିଣିବାକୁ ଚାଷୀଙ୍କୁ ଟୋକନ ଦିଆଯାଇଥିଲା। ସମବାୟ ସମିତି ଜରିଆରେ ୨୩ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାକୁ ଲକ୍ଷ୍ୟ ଥିବା ସମ୍ପାଦକ ଭବାନୀଶଙ୍କର ସାହୁ କହିଛନ୍ତି।