Categories: ଜାତୀୟ

କର୍ନାଟକ ବିଧାନସଭା ଉପନିର୍ବାଚନ: ୫ ଡିସେମ୍ବରରେ ଭୋଟ ଗ୍ରହଣ; ନଭେମ୍ବର ୧୧ରୁ ଆଚରଣ ବିଧି ଲାଗୁ

ବେଙ୍ଗାଲୁରୁ,୧୦।୧୧: କର୍ନାଟକ ବିଧାନସଭା ଉପନିର୍ବାଚନ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଭୋଟ ଗ୍ରହଣ କରାଯିବ। ଫଳାଫଳ ଡିସେମ୍ବର ୯ରେ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜିବ୍‌ କୁମାର ସୂଚନା ଦେଇଛନ୍ତି। ନଭେମ୍ବର ୧୧ରୁ ଆଚରଣ ବିଧି ଲାଗୁ ହୋଇଥିବା ନେଇ ସେ କହିଛନ୍ତି। ସୂଚନାଯୋଗ୍ୟ, ଅଯୋଗ୍ୟ ଘୋଷିତ ହୋଇଥିବା ୧୫ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏହି ବିଧାନସଭା ଆସନ ଗୁଡ଼ିକ ଖାଲି ପଡ଼ିଥିଲା।

Share