Categories: ଜାତୀୟ

କର୍ନାଟକ ଉପନିର୍ବାଚନ: ମତଦାନ ହାର ୬୦ ପ୍ରତିଶତ; ଇଭିଏମ୍‌ରେ ୧୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ବେଙ୍ଗାଲୁରୁ,୫।୧୨: କର୍ନାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଗୁରୁବାର ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ଏଠାରେ ମତଦାନ ହାର ୬୦ ପ୍ରତିଶତ ରହିଛି। ମୋଟ ୩୭ ଲକ୍ଷ ୭୮ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଚିକ୍କାବାଲାପୁରାରେ ସର୍ବାଧିକ ୭୯.୮ ପ୍ରତିଶତ ଭୋଟିଂ ହୋଇଥିବାବେଳେ କେ.ଆର୍‌. ପୁରମ୍‌ରେ ସର୍ବନିମ୍ନ ୩୭.୫ ପ୍ରତିଶତ ଭୋଟିଂ ହୋଇଛି। ଇଭିଏମ୍‌ରେ ୧୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ କରାଯାଇଛି। ସେମାନଙ୍କ ମଧ୍ୟରେ ୧୨୬ ନିର୍ଦ୍ଦଳୀୟ ଏବଂ ୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଫଳାଫଳ ଡିସେମ୍ବର ୯ରେ ପ୍ରକାଶ ପାଇବ।

Share