କରୋନା ସହିତ ଲଢ଼େଇ: ଟ୍ରମ୍ପ୍‌ଙ୍କ ଭୟଙ୍କର ପରାମର୍ଶକୁ ଗ୍ରହଣ କଲେନି ଡାକ୍ତର

ଓ୍ବାଶିଂଟନ,୨୫।୪: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ତେବେ ମଧ୍ୟ ଏଠାରେ ମୃତ୍ୟୁ ସଂଖ୍ୟା ଅବା ସଂକ୍ରମିତଙ୍କ ସଂଖ୍ୟା ରୋକିବାରେ ସରକାର ସକ୍ଷମ ହୋଇ ପାରି ନାହାଁନ୍ତି। ଏପରିସ୍ଥଳେ କରୋନା ଲଢ଼େଇ ନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଡାକ୍ତରମାନେ ଗ୍ରହଣ କରିବାକୁ ମନା କରି ଏହାର ବିରୋଧ କରିଛନ୍ତି। ସଂକ୍ରମିତଙ୍କ ଶରୀରରେ ଜର୍ମିସାଇଡ (ରୋଗାଣୁନାଶକ) ଇଞ୍ଜେକଶନ୍‌ ଦେବା ଉପରେ ଗବେଷଣା କରିବା ନେଇ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ଏକ ବୈଠକରେ ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ କରୋନା ଟାସ୍କ୍‌ ଫୋର୍ସ ଡାକ୍ତର ଡେବୋରାୟ ବିରକ୍ସ୍‌ ଏଭଳି ଭୟଙ୍କର ପ୍ରସ୍ତାବକୁ ବିରୋଧ କରିଥିଲେ। ଏହାପରେ ଅନ୍ୟ ଡାକ୍ତରମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଅନ୍ୟ ଜଣେ ଡାକ୍ତର ଜୋନାଥନ୍‌ ସ୍ପାଇସର କହିଛନ୍ତି ଯେ, ଜର୍ମିସାଇଡ୍‌ ମଣିଷ ଶରୀରରେ ପ୍ରବେଶ କଲେ ସମସ୍ତ ଅଙ୍ଗ ଆକାମୀ ହୋଇପଡ଼ିବ। ସେହିପରି ନ୍ୟୁୟର୍କ ସିଟି ସ୍ବାସ୍ଥ୍ୟ କମିଶନର ଡାକ୍ତର ଅସ୍କିରିସ୍‌ ବାରବୋଟ କହିଛନ୍ତି ଜର୍ମିସାଇଡ୍‌ ମଣିଷ ତ୍ୱଚାରେ ଲାଗିଲେ ବିଷାକ୍ତ ପ୍ରକ୍ରିୟା ଆରମ୍ଭ କରିଥାଏ। ଏପରିସ୍ଥଳେ ଏହାକୁ ଶରୀରରେ ଇଞ୍ଜେକଶନ୍‌ ଦ୍ୱାରା ଦେବା ଅତ୍ୟନ୍ତ ବିପଦ ଜନକ। ସେହିପରି ଟ୍ରମ୍ପ ଅଲ୍ଟା ଭାୟୋଲେଟ ଲାଇଟ୍‌ ପକାଇ କରୋନା ଭୂତାଣୁକୁ ନଷ୍ଟ କରିବା ଉପରେ ମତପୋଷଣ କରିଥିଲେ। ଏହାକୁ ଇମ୍ୟୁନୋଲୋଜିଷ୍ଟ୍‌ ଡାକ୍ତର ଡୋନା ଫାର୍ବର ଗ୍ରହଣ କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଅଲ୍ଟା ଭାୟୋଲେଟ ଲାଇଟ୍‌ ଶରୀରର ବେଶି ଭିତରକୁ ପ୍ରବେଶ କରିପାରେ ନାହିଁ। ଏହା ସଂକ୍ରମିତ ଫୁସଫୁସ ପର୍ଯ୍ୟନ୍ତ ମଧ୍ୟ ପ୍ରବେଶ କରି ପାରିବ ନାହିଁ। କିନ୍ତୁ ଏହାର ପ୍ରୟୋଗ ଦ୍ୱାରା ଶରୀରର ଡିଏନ୍‌ଏ ସଂରଞ୍ଚନାର କ୍ଷତି ଘଟିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri