କରୋନା ସହାୟତା: ସ୍ବେଚ୍ଛାସେବୀ ସଂଗଠନ ‘ହିନ୍ଦ ସେବକ ସଂଘ’ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨୨ା୪(ଡି.ଏନ୍‌.ଏ): ଲକ୍‌ଡାଉନ୍‌ ଯୋଗୁ ଗରିବା ତଥା ଖଟିଖିଆ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସେମାନେ ଦୁଇ ଓଳି ଖାଇବା ପାଇଁ ପାଉ ନାହାନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ବେଚ୍ଛାସେବୀ ସଂଗଠନ ହିନ୍ଦ ସେବକ ସଂଘର ଚୌଦ୍ୱାର କେନ୍ଦ୍ର ତରଫରୁ ଚୌଦ୍ୱାର ଅଞ୍ଚଳରେ ଥିବା ବସ୍ତିି ବାସିନ୍ଦା ଓ ଖଟିଖିଆଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚୌଦ୍ୱାର ପ୍ରେସ୍‌ କ୍ଲବ୍‌ର ସଦସ୍ୟମାନେ ଏହି ମହତ୍‌ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି। ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଚୌଦ୍ୱାର କେନ୍ଦ୍ରର ମୁଖ୍ୟ ଦାମୋଦର ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ କେନ୍ଦ୍ରର କର୍ମୀ ଓ ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିକୁ ଯାଇ ଅଭାବୀ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି । ସଂଗଠନର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, ପରିଚାଳକ ସୀମାନ୍ତ ନାୟକ, ଜ୍ୟୋତି ପ୍ରକାଶ ପରିଡ଼ା, ପ୍ରଦୀପ ଦାସ, ଗୌତମ ବାରିକ୍‌, ଅଲେଖ ଚନ୍ଦ୍ର ମଲ୍ଲିକ୍‌ ପ୍ରମୁଖ କର୍ମକତ୍ତା ଚୌଦ୍ୱାର ହାଉସିଂ ବୋର୍ଡ଼ ନିିକଟ ଶୁଖୁଆ ସାହି ଓ ବିରାଟ ବଜାର ନିକଟ ମୁଣ୍ଡା ସାହିିକୁ ଯାଇ ୨୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାରକୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ପ୍ରେସ୍‌ କ୍ଲବ୍‌ର ସଦସ୍ୟ ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ଲକ୍ଷ୍ମୀଧର ଦାସ, ବିଶ୍ୱଜିତ୍‌ ସାହାଣୀ, ଜିଲା ଯୋଜନା ବୋର୍ଡ଼ ସଦସ୍ୟ ଶୁଭେନ୍ଦୁ ସାମଲ, ସମାଜିକକର୍ମୀ ବୀଣାପାଣି ଦାସ, ସଂଗ୍ରାମ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।