କରୋନା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କା ପ୍ରଦାନ

କେସିଙ୍ଗା, ୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁର୍ଲାଖମନ ପଞ୍ଚାୟତ ଅଧୀନ ଲିମଗାଁରେ ଥିବା ଦୀପ୍ତିଦାନ ଚର୍ଚ୍ଚ ପକ୍ଷରୁ ୨୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଚେକ୍‌ ଦ୍ୱାରା ପ୍ରଦାନ କରାଯାଇଛି। କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡ଼ୁଙ୍କ ମାଧ୍ୟମରେ ବୁଧବାର କର୍ମକର୍ତ୍ତାମାନେ ଏହାକୁ ପ୍ରଦାନ କରିଥିଲେ । ଏହି ଅବସରରେ ଚର୍ଚ୍ଚର ଅନ୍ୟ କର୍ମକର୍ତା ମାନେ ଓ ବ୍ଲକ ସିପି ପ୍ରମୁଖ ଉପସ୍ଥିତ ଥିଲେ।