କରୋନା ସତର୍କତା: ଶୂନ୍‌ଶାନ ବନ୍ତଳା ସାପ୍ତାହିକ ହାଟ

ବନ୍ତଳା,୧୮।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ବନ୍ତଳା ସାପ୍ତାହିକ ହାଟକୁ ପୋଲିସ ବୁଧବାର ଭୋର ସମୟରେ ବନ୍ଦ କରିଛି। ସମସ୍ତ ଚାଷୀ ଓ ବେପାରୀମାନଙ୍କୁ ଫେରାଇ ଦେବା ସହ ଚାଷୀମାନେ ନିଜ ଗ୍ରାମ କିମ୍ବା ଜନଗହଳି ନ ଥିବା ସ୍ଥାନରେ ବିକ୍ରି କରିବା ପାଇଁ ସଚେତନ କରାଇଛି। ତେବେ ଅଞ୍ଚଳରେ ସମସ୍ତ ଚାଷୀ ଏହି ହାଟ ଉପରେ ନିର୍ଭର କରି ଚଳୁଛନ୍ତି। କିନ୍ତୁ କରୋନା ପାଇଁ ସାଧାରଣ ଲୋକ ସଚେତନ ହୋଇ ଫେରି ଯାଇଥିବା ବେଳେ ଚାଷୀମାନେ ପୋଲିସକୁ ମଧ୍ୟ ସହଯୋଗ କରିଥିବା ଦେଖାଯାଇଛି।