କରୋନା ସଚେତନତା : ମାସ୍କ, ସାନିଟାଇଜର ବିତରଣ

ସୋନପୁର,୧୭।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ସଚେତନତା ଆବଶ୍ୟକ ହୋଇପଡିଛି। ଜରୁରି କାମରେ ଘରୁ ବାହାରିଲେ ମୁହଁରେ ମାକ୍ସ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ତେଣୁ ସୋନପୁର ବ୍ଲକ ବଡବାହାଲିସ୍ଥିତ ମା ଅନ୍ନପୂର୍ଣ୍ଣା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କପଡାରେ ମାସ୍କ ପ୍ରସ୍ତୁତ କରି ବିତରଣ କରୁଛନ୍ତି। ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଗୋଷ୍ଠୀର ମହିଳାମାନେ ମାସ୍କ, ସାନିଟାଇଜର ଓ ସାବୁନ ପ୍ରଦାନ କରିଥିଲେ। ଲକ୍‌ଡାଉନ୍‌ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ କରୋନାକୁ ଭୟ ନକରି ନିଜର ଦାୟିତ୍ୱ ସମ୍ପାଦନ କରୁଥିବାରୁ ସୋନପୁର ସିଡିପିଓ ନିବେଦିତା ସରାଫ ପ୍ରଶଂସା କରିଥିଲେ। ଅନ୍ନପୂର୍ଣ୍ଣା ମାର୍କେଟିଂ ଏସଏଚଜିର ସଭାନେତ୍ରୀ ସବିତା ମିଶ୍ର, ସମ୍ପାଦକ ତନମତି ବଗର୍ତ୍ତି, ମିଶନ ଶକ୍ତିର କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।