କରୋନା ସଚେତନତା ପେଣ୍ଟିଂ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏହି ଲକ୍ଷ୍ୟରେ ଥାଇଲାଣ୍ଡର ଜଣେ ଷ୍ଟ୍ରିଟ୍‌ ଆର୍ଟିଷ୍ଟଙ୍କ ଉଦ୍ୟମ ପ୍ରଶଂସନୀୟ। ଏହି ଚିତ୍ରକର ଜଣକ କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାସ୍ତାକଡ଼ରେ ସୁନ୍ଦର ତଥା ପ୍ରଭାବଶାଳୀ ଚିତ୍ର ଆଙ୍କିବାରେ ଲାଗିଛନ୍ତି। କରୋନା ଭାଇରସ୍‌ ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ସେ ସ୍ବତନ୍ତ୍ରଭାବେ ଚିତ୍ର ଆଙ୍କିଛନ୍ତି। ଚିତ୍ରରେ ସ୍ବାସ୍ଥ୍ୟକର୍ମୀମାନେ କରୋନା ଭାଇରସ୍‌କୁ ବହୁ ଦୂରକୁ ନେଇ ଯାଉଛନ୍ତି। ଏଭଳି ବିଭିନ୍ନ ଥିମ୍‌ ନେଇ ସେ ରାସ୍ତାକଡ଼ରେ ଚିତ୍ର ଆଙ୍କୁଛନ୍ତି। ଏହି କଳାକାରଙ୍କ ନାଁ ହେଉଛି ମୁଏ ବୋନ୍‌ ଏବଂ ତାଙ୍କର ବୟସ ୩୭ ବର୍ଷ। କରୋନା ଭାଇରସ୍‌ ସଂକ୍ରମଣ ହେବା ପରେ ସେ ବିଭିନ୍ନ ସମୟରେ ଏ ସମ୍ପର୍କିତ ଚିତ୍ର ଆଙ୍କି ଲୋକଙ୍କୁ ସଚେତନ କରାଇ ଚାଲିଛନ୍ତି। ତାଙ୍କ ମତରେ ଲୋକେ କରୋନା ଭାଇରସ୍‌ ନେଇ ସବୁକିଛି ଜାଣିବା ଦରକାର। କରୋନା ଭାଇରସ୍‌ ସଂକ୍ରମଣ କିପରି ହୁଏ, କିପରି ଭାବରେ ଏଥିରୁ ଦୂରେଇ ରହିବାକୁ ହେବ ଇତ୍ୟାଦି ବିଷୟରେ ଲୋକେ ଜାଣିଲେ ହିଁ ସତର୍କ ହୋଇପାରିବେ ବୋଲି ସେ କହନ୍ତି। ଚିତ୍ରକର ମୁଏ ବୋନ୍‌ ଆଗରୁ ବି ରାସ୍ତାର କାନ୍ଥମାନଙ୍କରେ ବିଭିନ୍ନ ସଚେତନତା ବାର୍ତ୍ତାଥିବା ଚିତ୍ର ଆଙ୍କି ଲୋକପ୍ରିୟତା ହାସଲ କରିଛନ୍ତି। ଏବେ କରୋନାକୁ ନେଇ ତାଙ୍କର ପେଣ୍ଟିଂଗୁଡ଼ିକ ବି ବେଶ୍‌ ପ୍ରଭାବ ପକାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri