କରୋନା ସଂକ୍ରମଣ ମୁକାବିଲା: କଏଦୀଙ୍କୁ ମିଳିବ ୬ ସପ୍ତାହ ପାରୋଲ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ସୋମବାର ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୭ରୁ କମ୍‌ ବର୍ଷ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ୬ ସପ୍ତାହ ପାରୋଲରେ ଯିବାର ଅନୁମତି ଦେବା ଲାଗି କୋର୍ଟ କହିଛନ୍ତି। ଏହାଦ୍ୱାରା ବହୁ କଏଦୀ ଉପକୃତ ହୋଇପାରିବେ ତଥା କରୋନା ସଂକ୍ରମଣ ଆଶଙ୍କା ମଧ୍ୟ ଦୂର ହୋଇପାରିବ। ନିର୍ଦ୍ଦେଶ ଉପରେ ଶୀଘ୍ର ବିଚାର କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। କମିଟିରେ ଆଇନ ସଚିବ, ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ ଅଧ୍ୟକ୍ଷ, ଜେଲ ଡିଜି ଆଦିଙ୍କୁ ସାମିଲ କରାଯିବା ଲାଗି ସୁପ୍ରିମ୍‌କୋର୍ଟ କହିଛନ୍ତି।

Share