କରୋନା ସଂକ୍ରମଣ ଓ ସହରାଞ୍ଚଳ ପରିଚାଳନା

ଅମିତାଭ କାନ୍ତ ଓ ରିଚା ରଶ୍ମି
ନୋଭେଲ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହା ବିଶ୍ୱର ୧୦୦ରୁ ଅଧିକ ରାଷ୍ଟ୍ରକୁ ପ୍ରଭାବିତ କରିସାରିଲାଣି। ଏହି ମହାମାରୀର ମୂଳୋପତ୍ାଟନ ନିମନ୍ତେ ସହରାଞ୍ଚଳରେ ବସବାସ କରୁଥିବା ଲୋକମାନେ ସଚେତନ ହେବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହାର ପ୍ରତିଷେଧକ ଏବଂ ଉପଯୁକ୍ତ ଚିକିତ୍ସା ଉପାୟ ସୁନିଶ୍ଚିତ କରାଯିବା ଜରୁରୀ। ସୁଦୃଢ଼ ସହର ପରିଚାଳନା ଦ୍ୱାରା ଭାରତ ଏହି ରୋଗ ବିରୋଧରେ ଲଢ଼ିବା ଲାଗି ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ।
ସହରୀ ଯୋଜନା ଏବଂ ମହାମାରୀ ମଧ୍ୟରେ ଥିବା ସମ୍ପର୍କର ପ୍ରମାଣ ଇତିହାସରୁ ମିଳିଥାଏ। ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ବିଶ୍ୱର କେତେକ ଆଧୁନିକ ନଗର ବ୍ୟବସ୍ଥାରେ ଜଳଯୋଗାଣ ଓ ସ୍ବଚ୍ଛତା ଉପରେ ଆଧାରିତ ସମ୍ବଳ ବିକଶିତ କରାଯାଇଥିଲା, ଯଦ୍ଦ୍ବାରା ମ୍ୟାଲେରିଆ ଓ ହଇଜା ଭଳି ମହାମାରୀର ସଫଳ ମୁକାବିଲା କରାଯାଇପାରିଥିଲା। ସେହିପରି ବିଂଶ ଶତାବ୍ଦୀରେ ସ୍ପାନିସ ଫ୍ଲୁ’ର ମୁକାବିଲା ନିମନ୍ତେ ସହରାଞ୍ଚଳ ଆଧାରିତ ପ୍ରଶାସନିକ ଭିତ୍ତିଭୂମି ଓ ସଂସ୍ଥାଗତ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ସ୍ପାନିସ ଫ୍ଲୁ ମହାମାରୀରେ ସମଗ୍ର ବିଶ୍ୱରେ ପ୍ରାୟ ୫ କୋଟି ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ।
ବର୍ତ୍ତମାନର ଦୁନିଆ ପୂର୍ବାପେକ୍ଷା ଭିନ୍ନ। ଏବେ ଆଧୁନିକ ଚିକିତ୍ସା ବିଜ୍ଞାନର ଢେର ପ୍ରଗତି ଘଟିଛି। ତେଣୁ କୋଭିଡ-୧୯ ମହାମାରୀର ସାମ୍ନା କରିବା ଲାଗି ଡିଜିଟାଲ ସମ୍ବଳର ଉପଯୋଗ କରାଯାଇପାରିବ। ବିଶ୍ୱ ଜନସଂଖ୍ୟାରେ ଇତିମଧ୍ୟରେ ପ୍ରାୟ ୪ଗୁଣ ବୃଦ୍ଧି ଘଟିଛି। ସେଥିମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଲୋକ ସହରାଞ୍ଚଳରେ ବାସ କରୁଛନ୍ତି। ଜଗତୀକରଣ କାରଣରୁ ବିଭିନ୍ନ ରାଷ୍ଟ୍ରର ଅର୍ଥବ୍ୟବସ୍ଥା ପରସ୍ପର ସହ ଜଡ଼ିତ। ଦିନକୁ ଦିନ ଦେଖାଯାଉଥିବା ନୂଆ ନୂଆ ସଂକ୍ରାମକ ରୋଗ ସହ ଲଢ଼ିବାର କୌଶଳ ଏବଂ ନୂଆ ପଦ୍ଧତିର ବିକାଶ ଦିଗରେ ସହରାଞ୍ଚଳ ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।
ଜଳଯୋଗାଣ ଓ ସ୍ବଚ୍ଛତା କର୍ତ୍ତୃପକ୍ଷ ସହରାଞ୍ଚଳରେ ସ୍ବଚ୍ଛତା ରକ୍ଷାକୁ ସୁନିଶ୍ଚିତ କରିବା ବାଞ୍ଛନୀୟ। ରୋଗବାହୀ ଭୂତାଣୁ ସଂକ୍ରମଣର ନିରାକରଣ ଲାଗି ପରିବେଶ ସୁରକ୍ଷା ଏବଂ ସ୍ବଚ୍ଛତା ରକ୍ଷା ଏକାନ୍ତ ଜରୁରୀ। ସମସ୍ତ ସର୍ବସାଧାରଣ ଓ ଗୋଷ୍ଠୀ ଶୌଚାଳୟଗୁଡ଼ିକୁ ନିୟମିତ ଭାବେ ସଫାସୁତୁରା କରାଯିବା ଦରକାର। ଏହିସବୁ ଶୌଚାଳୟରେ ହ୍ୟାଣ୍ଡୱାଶ୍‌ ଏବଂ ହ୍ୟାଣ୍ଡ ଟିସ୍ୟୁପେପର ଉପଲବ୍ଧ କରାଯିବା ଆବଶ୍ୟକ। ପାର୍କ, ବଜାର ଏବଂ ବିଭିନ୍ନ ଅନୁଷ୍ଠାନ ଭଳି ସାର୍ବଜନୀନ ସ୍ଥାନରେ କୌଣସି ପ୍ରକାର ଆବର୍ଜନା ନ ପକାଇବା ଏବଂ ସେସବୁର ସଫେଇ ବ୍ୟବସ୍ଥାରେ ସୁଧାର ଆଣିବା ଦରକାର। ସ୍ବଚ୍ଛ ଭାରତ ଅଭିଯାନ ଏବଂ ଅମୃତ ଭଳି ଯୋଜନାରେ ନିଆଯାଇଥିବା ପଦକ୍ଷେପ ଯୋଗୁ ଅନେକ ଭାରତୀୟ ସହର ଏଭଳି ସ୍ଥିତିର ସଫଳତାପୂର୍ବକ ମୁକାବିଲା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି।
କେରଳ କରୋନା ଭୂତାଣୁ ମାମଲାକୁ ସଫଳତାପୂର୍ବକ ଚିହ୍ନଟ କରିବା ସହ ଏହାର ମୁକାବିଲା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଚିହ୍ନଟ ରୋଗୀଙ୍କ ସଫଳ ଉପଚାର ନିମନ୍ତେ ନିଜର ଡିଜିଟାଲ ସ୍ବାସ୍ଥ୍ୟ ସୁବିଧାର ସୁବିନିଯୋଗ କରିଚାଲିଛି। ବ୍ୟାପକ ଅଭିଯାନର ଏକ ଅଂଶ ସ୍ବରୂପ ପାଥନମଥିଟା ଜିଲା ପ୍ରଶାସନ ପକ୍ଷରୁ ପୃଥକ୍‌ ହୋଇ ରହିଥିବା ସନ୍ଦିଗ୍ଧ ରୋଗୀଙ୍କ ମୁକ୍ତ ଗତିବିଧିକୁ ନିୟନ୍ତ୍ରଣ କରିବା ଲାଗି ଜିପିଏସ୍‌ ସିଷ୍ଟମ୍‌ର ଉପଯୋଗ କରୁଛି। ନୀତି ଆୟୋଗର ରିପୋର୍ଟ ‘ହେଲ୍‌ଥ ସିଷ୍ଟମ୍‌ ଫର ଏ ନ୍ୟୁ ଇଣ୍ଡିଆ-୨୦୧୦’ ଏହି ବ୍ୟବସ୍ଥାକୁ ସମର୍ଥନ କରୁଛି ଯେ ନୈଦାନିକ, ପ୍ରଶାସନିକ ଏବଂ ବିତ୍ତୀୟ ଦୃଷ୍ଟିରୁ ସ୍ବାସ୍ଥ୍ୟ ସୁବିଧାଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ରୂପାୟନ କରିବା ଲାଗି ଡିଜିଟାଲ ବ୍ୟବସ୍ଥାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।
ଅଣଫାର୍ମାସ୍ୟୁଟିକାଲ ହସ୍ତକ୍ଷେପ (ଏନ୍‌ପିଆଇ) ଦ୍ୱାରା ସଂକ୍ରାମକ ରୋଗକୁ ରୋକିବା ଦିଗରେ ସହାୟତା ମିଳିପାରୁଛି। ୧୯୧୮ ମସିହାରେ ସ୍ପାନିସ୍‌ ଫ୍ଲୁ ମହାମାରୀ ଘଟଣାରେ ଆମେରିକାର ସେହିସବୁ ସହରରେ କମ୍‌ ସଂଖ୍ୟକ ଲୋକଙ୍କ ପ୍ରାଣହାନି ଘଟିଥିଲା, ଯେଉଁଠାରେ ଲୋକଙ୍କ ମଧ୍ୟରେ ସଂକ୍ରାମକ ସଂସ୍ପର୍ଶକୁ ହ୍ରାସ କରିବା ଲାଗି ପ୍ରୟାସ କରାଯାଇଥିଲା। ଅନ୍ୟପଟେ ରୋଗପ୍ରତିରୋଧକ ନୀତିନିୟମକୁ କାର୍ଯ୍ୟକାରୀ କରିବା ଦିଗରେ ବିଳମ୍ବ ହୋଇଥିବା ଅନ୍ୟସବୁ ନଗରରେ ଯଥେଷ୍ଟ ଲୋକ ମୃତ୍ୟୁବରଣ କରିଥିଲେ।
ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସୂଚନା ପ୍ରସାରଣ କରାଯିବା ସେମାନଙ୍କ ଜୀବନରକ୍ଷା ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଶିଶୁମାନଙ୍କ ମଧ୍ୟରେ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ଜାଗ୍ରତ କରାଯିବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ‘କିଡ୍‌ସ, ବାୟୁ ଏବଂ କରୋନା: ଏ ଲଢ଼େଇରେ ଜିତୁଛି କିଏ?’ ନାମକ ଏକ କମିକ୍‌ ପୁସ୍ତିକାର ଉନ୍ମୋଚନ କରାଯାଇଛି। ଏହିଭଳି କାର୍ଯ୍ୟକ୍ରମମାନ ଆରମ୍ଭ କରାଯାଇ ଶିଶୁମାନଙ୍କ ମଧ୍ୟରେ ସଚେତନତା ଏବଂ ସତର୍କତା ମଧ୍ୟ ଉଦ୍ରେକ କରାଯାଇପାରିବ। ସାଧାରଣ ଜନତା ମଧ୍ୟ ସଚେତନ ହୋଇ ଏଭଳି ସଂକ୍ରାମକ ରୋଗରୁ ଦୂରେଇ ରହିବା ଲାଗି ଜାଗ୍ରତ ହୋଇପାରିବେ।
ଗୁରୁତର ଅସୁସ୍ଥଙ୍କ ଚିକିତ୍ସାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବା ଏବଂ ସେହିସବୁ ସୁବିଧାର ଅସ୍ଥାୟୀ ସମ୍ପ୍ରସାରଣ କରାଯିବାର ଆବଶ୍ୟକତା ରହିଛି। କୋଭିଡ-୧୯ ଭଳି ଶ୍ୱାସକ୍ରିୟା ସମ୍ବନ୍ଧିତ ସଂକ୍ରମଣ ସ୍ଥିତିରେ ଏଭଳି ଲୋକଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଧରଣର ଚିକିତ୍ସା ଉପଚାରର ଆବଶ୍ୟକତା ରହିଛି। ସେଥିରେ ବାୟୁ ସଞ୍ଚାର ରୂପରେ ଏହାର ଲକ୍ଷଣ ମିଳିଥାଏ ଏବଂ ଏହାପରେ ଅତିରିକ୍ତ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଆଣ୍ଟିବାୟୋଟିକ ଭଳି ଔଷଧର ଆବଶ୍ୟକତା ପଡ଼ିଥାଏ। କୋଭିଡ-୧୯ ସଂକ୍ରମଣ ମାମଲା ଯେଉଁଠାରେ ପ୍ରମାଣିତ ହୋଇଛି, ସେହିସବୁ ରୋଗୀଙ୍କ ଚିକିତ୍ସା ସକାଶେ କ୍ୱାରାଣ୍ଟାଇନ (ପୃଥକୀକରଣ) କେନ୍ଦ୍ର ଏବଂ ଆଇସୋଲେଶନ (ଅଲଗା ରଖି ଚିକିତ୍ସା) ସୁବିଧା ସୁଯୋଗ ଥିବା ଅସ୍ଥାୟୀ ହସ୍ପିଟାଲର ଆବଶ୍ୟକତା ରହିଛି। ଏଥିପାଇଁ ବ୍ୟବହାର କରାଯାଉଥିବା କୋଠାଘର ଏବଂ ଭବନଗୁଡ଼ିକୁ ପୂର୍ବରୁ ଚିହ୍ନଟ କରାଯିବା ଉଚିତ। ସେହିସବୁ ସ୍ଥାନଗୁଡ଼ିକର ଉପଯୁକ୍ତ କୀଟାଣୁଶୋଧନ କାର୍ଯ୍ୟ ପୂର୍ବରୁ ହିଁ ସମ୍ପାଦନ କରାଯିବା ଦରକାର।
ଆବଶ୍ୟକ ଔଷଧ ଓ ମାସ୍କ, ମେଡ଼ିକାଲ ପୋଷାକ, ହ୍ୟାଣ୍ଡୱାଶ ଏବଂ ଆଲକହଲ ଯୁକ୍ତ କୀଟାଣୁ ଶୋଧକ (ସାନିଟାଇଜର) ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନି ଓ ସଂରକ୍ଷଣ ନିୟମିତ ଭାବେ କରାଯିବା ଆବଶ୍ୟକ। ସରକାର ମାର୍ଚ୍ଚ ୧୩ ତାରିଖରେ ଆବଶ୍ୟକ ବସ୍ତୁ ଅଧିନିୟମ ଅଧୀନରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କକୁ ଜୁନ୍‌ ୩୦, ୨୦୨୦ ପର୍ଯ୍ୟନ୍ତ ‘ଅତ୍ୟାବଶ୍ୟକ ସାମଗ୍ରୀ’ ଭାବେ ଘୋଷଣା କରିଛନ୍ତି। ପ୍ରତ୍ୟେକ ଜିଲାରେ ସେହିସବୁ ସାମଗ୍ରୀ ଗଚ୍ଛିତ ରଖାଯିବା ଆବଶ୍ୟକ ଏବଂ ଏ କଥା ସୁନିଶ୍ଚିତ କରାଯିବା ଦରକାର ଯେ ଔଷଧାଳୟଗୁଡ଼ିକ ଯେପରି ପୂର୍ବବର୍ଣ୍ଣିତ ଅସାଧୁ ପନ୍ଥା ଅବଲମ୍ବନ ନ କରନ୍ତି। ସର୍ବସାଧାରଣ ପରିବହନ ସଂସ୍ଥାଗୁଡ଼ିକର ନିୟମିତ ଭାବେ ସଫାସୁତୁରା କରାଯିବା କାର୍ଯ୍ୟରେ କ୍ଷିପ୍ରତା ଅଣାଯିବା ଆବଶ୍ୟକ ଏବଂ ଏହିଭଳି ସଫେଇ ଅଣମୋଟରଚାଳିତ ବାହନ, ବସ୍‌, ରେଲୱେ, ଜାହାଜ ଭଳି ଅନ୍ୟ ସେବାରେ ମଧ୍ୟ କରାଯିବା ଆବଶ୍ୟକ। ଉତ୍ତମ ଭାବେ ପ୍ରଣୀତ ଏବଂ ପ୍ରବର୍ତ୍ତିତ ସହରାଞ୍ଚଳ ବ୍ୟବସ୍ଥା କୋଭିଡ-୧୯ ଭଳି ମହାମାରୀର ମୂଳୋପତ୍ାଟନ କରିପାରିବ।
(ଅମିତାଭ କାନ୍ତ ସମ୍ପ୍ରତି ନୀତି ଆୟୋଗର ସିଇଓ ଭାବେ କାର୍ଯ୍ୟରତ ଏବଂ ରିଚା ରଶ୍ମି ନୀତି ଆୟୋଗର ଜଣେ ଯୁବ ଅଧିକାରୀ। ଏହି ନିବନ୍ଧରେ ବ୍ୟକ୍ତ ମତାମତ ଲେଖକଙ୍କର ନିଜସ୍ବ)


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri