କରୋନା ଲାଗି ଜିଲା ପ୍ରଶାସନର କଟକଣା: ଆରଡ଼ିରେ ବନ୍ଦହେଲା ଚନ୍ଦନଚାପ

ଆରଡି, ୨୬ା୪(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଉଥିବା ବାବା ଆଖଣ୍ଡଳମଣିଙ୍କ ଚନ୍ଦନ ଚାପ ବନ୍ଦ ହେବାର ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। କରୋନା ଭାଇରସ ସଂକ୍ରମଣ ଯୋଗୁ ୧ ମାସରୁ ଅଧିକ ଦିନ ଧରି ମନ୍ଦିର ବନ୍ଦ ରହିଛି। କେବଳ ପୂଜକ ମାନେ ଯଥାରୀତି ପ୍ରତିଦିନ ବାବାଙ୍କ ନୀତିକାନ୍ତି ସମାପନ କରିଆସୁଛନ୍ତି। ଭକ୍ତମାନେ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି।
ଚନ୍ଦନ ଚାପ ପ୍ରତିବର୍ଷ ୨୧ ଦିନ ଧରି ଚାଲିଥାଏ। ପ୍ରତି ସନ୍ଧ୍ୟାରେ ବାବାଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖର ଏକ ସୁସଜ୍ଜିତ ନାବରେ ଅବସ୍ଥାନ କରି ବାବାଙ୍କ ପୁଷ୍କରିଣୀରେ ଜଳକ୍ରୀଡା କରନ୍ତି। ଏହାକୁ ଦେଖିବା ପାଇଁ ପୀଠରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ ହୋଇଥାଏ। ଚଳିତ ବର୍ଷ ଏହି ଚନ୍ଦନ ଚାପ ବନ୍ଦ ହେବା ଯୋଗୁ ପ୍ରଭୁ ଆଉ ଜଳକ୍ରୀଡା କରି ପାରିବେ ନାହିଁ। କେବଳ ଯାହା ମନ୍ଦିର ଭିତରେ ପୂଜାର୍ଚ୍ଚନା ସମାପନ ହେବ ବୋଲି ସେବାୟତ ମାନେ କହିଛନ୍ତି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କହିଛନ୍ତି ଯେ, ଭଦ୍ରକ ଜିଲା ବର୍ତ୍ତମାନ କରୋନା ପାଇଁ ଡିପ୍‌ ରେଡ୍‌ ଜୋନ୍‌ ପାଲଟିଛି। ସେଥିପାଇଁ ଜିଲାରେ ପ୍ରଶାସନିକ ସ୍ତରରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ସ୍ଥିତିରେ ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ଚାପ ବନ୍ଦ ହେବା ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ସେବାୟତ ଅଧ୍ୟାପକ ବିଜୟ କୁମାର ଦାଶ କହିଛନ୍ତି ଯେ, ଆଖଣ୍ଡଳମଣିଙ୍କ ଚନ୍ଦନ ଚାପ ପୁଷ୍କରିଣୀରେ ନ ହେଲେବି ସମସ୍ତ ଶୀତଳ ଉପଚାର ନୀତି ପୂର୍ବକ ପ୍ରଭୁଙ୍କୁ ଚନ୍ଦନ ଲାଗି କରାଯିବା ସହ ସ୍ନାନ ଓ ନୈବେଦ୍ୟ ଅର୍ପଣ ବିଧିପୂର୍ବକ ୨୧ ଦିନରେ ସମାପନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri