କରୋନା ରୋଗୀ ଚିହ୍ନଟ ପରେ ହରଡଖୋଲ ବଜାର ୪୮ଘଣ୍ଟା ସଟ୍‌ଡାଉନ

ସୋନପୁର,୨୮।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ବୁଧବାର ଜିଲାରେ ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୫ରେ ପହଞ୍ଚତ୍ଛି। ୪ ଜଣ କରୋନା ଆକ୍ରାନ୍ତ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ଟିଏମସି (ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର)ରେ ଥିଲେ। ସୋନପୁର ବ୍ଲକ ବାଲିଜୁରୀ ଗ୍ରାମର ତାମିଲନାଡୁ ଫେରନ୍ତା ୨୩ ବର୍ଷର ଯୁବକ ଓ କୁଲିପାଲି ଗ୍ରାମର ମହାରାଷ୍ଟ୍ର ଫେରନ୍ତା ୨୬ ବର୍ଷର ଯୁବକ ହରଡଖୋଲ ହାଇସ୍କୁଲ ଟିଏମ୍‌ସିରେ ଥିଲେ। ଉଭୟ ୧୮ ତାରିଖରେ ପହଞ୍ଚତ୍ ଥିଲେ। ୨୫ ତାରିଖରେ ଉଭୟଙ୍କ ସ୍ବାବ୍‌ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେହିପରି ଡୁଙ୍ଗୁରିପାଲି ବ୍ଲକ ସରଗୁଲ ଟିଏମ୍‌ସିରେ ମହାରାଷ୍ଟ୍ର ଫେରନ୍ତା ଓ ତରଭା ବ୍ଲକ ରଙ୍ଗପୁର ଟିଏମ୍‌ସିରେ ତାମିଲନାଡୁ ଫେରନ୍ତା ଯୁବକଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତଙ୍କୁ ସୁବର୍ଣ୍ଣପୁର କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି । ସମ୍ପୃକ୍ତ ଟିଏମ୍‌ସିଗୁଡିକୁ ସିଲ୍‌ କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହିତ ହରଡଖୋଲ, ସରଗୁଲ ଓ ରଙ୍ଗପୁର ଟିଏମ୍‌ସିକୁ ଗୁରୁବାର ସାନିଟାଇଜ୍‌ କରାଯାଇଛି। ଆକ୍ରାନ୍ତ ଯୁବକଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଅନ୍ୟ ପ୍ରବାସୀ ଶ୍ରମିକ ଓ ଆଖପାଖ ଅଞ୍ଚଳର ସନ୍ଦିଗ୍ଧଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି ବୋଲି ଜିଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ସୋନପୁର ବ୍ଲକ ହରଡଖୋଲ ପଞ୍ଚାୟତର ସରପଞ୍ଚ ତୃପ୍ତି କୁଅଁର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଜିଲାପାଳଙ୍କ କ୍ଷମତାର ବ୍ୟବହାର କରିଛନ୍ତି । ଗୁରୁବାର ସେ ହରଡଖୋଲ ବଜାରକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରିଛନ୍ତି। ଏହି ବଜାରରେ ୧୦୦ରୁ ଊର୍ଦ୍ଧ୍ୱ ଦୋକାନ ରହିଛି । ଫଳରେ ବଜାର ଓ ରାସ୍ତାଘାଟ୍‌ ଶୁନଶାନ ରହିଛି । ସଟ୍‌ଡାଉନ୍‌ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବା ସହ ଏହାର ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରପଞ୍ଚ କୁଅଁର ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ମୁନ୍ନା: ପେନସିଲ ଗ୍ରାଫାଇଟରେ ସୂକ୍ଷ୍ମ ଇଣ୍ଡିଆ ଗେଟ୍‌

ଅମରପାଲି,୧୨ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ମୁନ୍ନା ମାହାଣା ଲିମକା ବୁକ ଅଫ ରେକଡର୍‌ସରେ ନିଜ ନାମକୁ ନାମିତ କରି ଜିଲା ପାଇଁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କୁ କଟାକ୍ଷ କଲେ ଜିଲାପାଳ

ନୂଆଦିଲ୍ଲୀ,୨।୨: ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରବିବାର ସୁବର୍ଣ୍ଣପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ ହୋଇଥିଲା।…

ଟ୍ରକ ଧକ୍କାରେ ଯୁବ ଚାଷୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ ୪ ଘଣ୍ଟା ଧରି ରାମପୁର ରାସ୍ତା ଉପରେ ରାସ୍ତା ରୋକ

ଡୁଙ୍ଗୁରିପାଲି ୨୩।୧ (ଦୀନବନ୍ଧୁ ସୁନା ) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଏଟିଏମ ଛକ ନିକଟରେ ବରପାଲି ପଟରୁ ଆସୁଥିବା ଏକ ଟ୍ରକ,…

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ ଗେଟ…

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର ଭଗବତୀପ୍ଲଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri