କରୋନା ଯୋଦ୍ଧା ଭାବେ ଗଞ୍ଜାମ ଆଇଆଇସି ସମ୍ବର୍ଦ୍ଧିତ

ଗଞ୍ଜାମ,୩୧ା୫(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ପାଇଁ ଲୋକେ ଚିନ୍ତିତ। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି। ଏଥିପାଇଁ ଡାକ୍ତର, ନର୍ସ, ଅଙ୍ଗନଓ୍ବାଡି କର୍ମୀ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଦିନ ରାତି ଏକ କରିଛନ୍ତି। ଏହି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଏହାକୁ ରାଜ୍ୟବାସୀ ପାଳନ ମଧ୍ୟ କରିଛନ୍ତି । ଏହି ଅବସରରେ ସହରରେ କରୋନା ମୁକାବିଲା ନିମନ୍ତେ ଅତୁଳନୀୟ ଅବଦାନ ଯୋଗୁ ଗଞ୍ଜାମ ଥାନା ଆଇଆଇସି ଦିଲୀପ କୁମାର ସାହୁଙ୍କୁ ତ୍ରିବେଣୀ ଛକ ଯୁବକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ନିର୍ବାଚନ ଦୟିତ୍ୱରେ ଥିବା ବିଜେଡି ଯୁବନେତା ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷା ନୀଳାଞ୍ଚଳ ବାରିକ, ସାଗର ତରାଇ, ରଞ୍ଜିତ କୁମାର ସାହୁ, ଅଜୁ ସାହୁ, ଗଙ୍ଗା ରାଉଳ, ଶଙ୍କର ସାହୁ, ପିଣ୍ଟୁ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ସାନ ବଜାରଠାରେ ମଧ୍ୟ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ମନୋଜ ପ୍ରଧାନ, ପପୁ ପଣ୍ଡା, ରତ୍ନାକର ଦଳାଇ, ବାପୁନି ପଣ୍ଡା ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥିଲେ ।