କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: କରୋନା ଚିକିତ୍ସା ବେଳେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ କାର୍ଯ୍ୟକରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କର ଯଦି ମୃତ୍ୟୁ ଘଟେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦିଆଯିବ। ଏଥିସହ ସେମାନଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ। ମୃତକଙ୍କ ପରିବାରକୁ ପେନ୍‌ସନ୍‌ ମଧ୍ୟ ମିଳିବ। ଡାକ୍ତର କିମ୍ବା କୌଣସି ସ୍ବାସ୍ଥ୍ୟ କର୍ମୀଙ୍କୁ ଯଦି କେହି ଆକ୍ରମଣ କରନ୍ତି ତେବେ ତାହାକୁ ରାଜ୍ୟ ବିରୋଧରେ ଆକ୍ରମଣ ଧରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।