କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାଲଲହଡା,୧୦।୫(ଡି.ଏନ.ଏ.) – ପାଲଲହଡା ଉପଖଣ୍ଡର ଯୁବ ସଙ୍ଗଠନ ୟୁଥ୍‌ ଫର୍‌ ପାଲଲହଡା ପକ୍ଷରୁ କରୋନା ଯୋଦ୍ଧା ତଥା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିସହ ନିଜିଗଡ଼ ସରପଞ୍ଚ ନିରୂପମା ବୋସ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସଫେଇ କର୍ମଚାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବରିଷ୍ଠ ଖବରଦାତା ଓ ପାଲଲହଡା ଥାନା ଅଧିକାରୀ କିଶୋର କୁମାର ସାମଲଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ, କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାପତି ଦିବ୍ୟକିଶୋର ଗଡନାୟକଙ୍କ ସହ ଦିଗାମ୍ବର ଗଡନାୟକ, ସମୀର ପାଲ, ସଞ୍ଜୀବ ଦେହୁରୀ, ହିମାଂଶୁ ଶେଖର ବେହେରା ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ।