କରୋନା ମୃତ୍ୟୁ: ୬୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ବିପଦ ୩୪ଗୁଣ କମ୍‌

ଲଣ୍ଡନ,୧୬ା୫: ବ୍ରିଟେନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ତଥ୍ୟକୁ ଅନୁଧ୍ୟାନ କଲେ ୬୫ ବର୍ଷରୁ କମ୍‌ ବୟସ୍କଙ୍କ ଜୀବନହାନି ଆଶଙ୍କା ୩୪ଗୁଣ କମ୍‌ ବୋଲି ଜଣାପଡ଼ିଛି। ବ୍ରିଟେନରେ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଏହି ମହାମାରୀ ଭୂତାଣୁରେ ମୃତ୍ୟୁ ଘଟିଛି। ହେଲେ ଏହି ସଂଖ୍ୟା ଦେଶର ହସ୍ପିଟାଲଗୁଡ଼ିକରେ ଘଟୁଥିବା ମୃତ୍ୟୁକୁ ନେଇ ଆଧାରିତ। ବାସ୍ତବରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ହସ୍ତଗତ ମୃତ୍ୟୁସଂଖ୍ୟା ଅନୁଯାୟୀ, ବ୍ରିଟେନରେ ୬୫ ବର୍ଷରୁ କମ୍‌ ବୟସର ୪,୦୬୬ ଜଣଙ୍କ ଜୀବନହାନି ଘଟିଛି, ଯାହାକି ପ୍ରାୟ ୧୨%। ହେଲେ ବର୍ତ୍ତମାନ ଯାଏ କାର୍ଯ୍ୟରତ ଥିବା ୬୫ ବର୍ଷରୁ କମ୍‌ ବୟସ୍କଙ୍କ କଥା ଦେଖିଲେ, ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୮.୪ଜଣଙ୍କ ମୃତ୍ୟୁ ଘଟିଛି। ଏହା ତୁଳନାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୨୮୬ଜଣଙ୍କ ମୃତ୍ୟୁ ଘଟିଛି। ଏହାର ଅର୍ଥ ହେଉଛି କମ୍‌ ବୟସ୍କଙ୍କ ଅପେକ୍ଷା ପେନ୍‌ସନ ଭୋଗୀମାନଙ୍କ ପ୍ରତି କରୋନା ମୃତ୍ୟୁ ବିପଦ ୩୪ ଗୁଣ ଅଧିକ। ସେହିପରି ୪୫ବର୍ଷରୁ କମ୍‌ ୪୦୧ଜଣଙ୍କ ମୃତ୍ୟୁ ଘଟିଛି, ଯାହାକି ଏହି ବର୍ଗର ୧ ଲକ୍ଷ ଲୋକଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଓଏନ୍‌ଏସ୍‌) ଅନୁଯାୟୀ, କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୬୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଗର, ଯେଉଁଥିରେ ୩୦,୯୭୮ ଜଣଙ୍କ ମୃତ୍ୟୁ ଘଟିଛି।
ପୂର୍ବର ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ବିଟ୍ରେନର କୃଷ୍ଣକାୟ, ଏସୀୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କରୋନାରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି। ଆଉ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କରୋନାରେ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ମୃତ୍ୟୁ ଆଶଙ୍କା ଅଧିକ। ନାଗରିକଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ବୟସ ହେଉଛି ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଆଧାର କରି ସରକାର ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଲିଙ୍ଗ ଅନୁଯାୟୀ ମୃତ୍ୟୁହାର ଦେଖିଲେ, ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୫.୨ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବାବେଳେ ପ୍ରତି ୧ ଲକ୍ଷ ପୁରୁଷଙ୍କ ମଧ୍ୟରୁ ୯.୯ଜଣ ପ୍ରାଣ ହରାଉଛନ୍ତି।
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ମୃତ୍ୟୁହାର ଲୋକଙ୍କ ବୃତ୍ତି ଦ୍ୱାରା ପ୍ରଭାବିତ। ବିଶେଷକରି ସ୍ବାସ୍ଥ୍ୟସେବା ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ, ଶ୍ରମିକମାନେ କରୋନା ଭୂତାଣୁ ସଂସ୍ପର୍ଶରେ ଅଧିକ ଆସିଥାନ୍ତି। ଉଲ୍ଲେଖଥାଉ କି ଓଏନ୍‌ଏସ୍‌ର ପୂର୍ବ ତଥ୍ୟ ଦର୍ଶାଇଥିଲା ଯେ, ଶାରୀରିକ କାମରେ ନିୟୋଜିତ ସ୍ବଳ୍ପ ବେତନଭୋଗୀମାନଙ୍କ ପ୍ରତି ବିପଦ ଅଧିକ। ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ ଏବଂ ଟ୍ରପିକାଲ ମେଡିସିନ୍‌ର ପ୍ରଫେସର ତଥା ମହାମାରୀ ବିଜ୍ଞାନ ବିଶେଷଜ୍ଞ ନେଲ୍‌ ପର୍ସଙ୍କ କହିବାନୁଯାୟୀ, ପ୍ରାୟତଃ ଧନୀ ଲୋକଙ୍କ ଅପେକ୍ଷା ଶ୍ରମିକ ଶ୍ରେଣୀର ପୁରୁଷ ଓ ମହିଳାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ରହିଥାଏ। କିନ୍ତୁ ଦେଖିବାକୁ ମିଳୁଛି ଯେ, ଶ୍ରମିକ ଶ୍ରେଣୀର ଚାକିରିରେ ଥିବା ଲୋକମାନେ ଜନସାଧାରଣଙ୍କ ସହ ବିଶେଷ ଭାବେ ଯୋଗାଯୋଗରେ ରହିଥାନ୍ତି। ଉଦାହରଣ ସ୍ବରୂପ, ଟ୍ୟାକ୍ସି ଏବଂ ବସ୍‌ ଚାଳକମାନଙ୍କ କରୋନା ମୃତ୍ୟୁହାର ବହୁତ ଅଧିକ ଥିବାବେଳେ ସେହି ତୁଳନାରେ ଭାରି ଟ୍ରକ୍‌ ଡ୍ରାଇଭରମାନଙ୍କ ପ୍ରତି ସେଭଳି ବିପଦ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri