କରୋନା ମୁକାବିଲା: ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଦେଲେ ନୀଳଗିରି ବିଧାୟକ

ସଜନାଗଡ଼, ୭।୪( ଡି.ଏନ୍‌.ଏ): ମହାମାରୀ କରୋନା ମୁକାବିଲା ଲାଗି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ.ସୁକାନ୍ତ କୁମାର ନାୟକ ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ନୀଳଗିରି ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ ଲକ୍ଷ ଟଙ୍କା ଦେଇଥିବା ବେଳେ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଢ ଲକ୍ଷ, ଇଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରେ ୩ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ ଓ କର୍ମଚାରୀଙ୍କ ନିମନ୍ତେ ବିଭିନ୍ନ ଉପକରଣ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି।
ପ୍ରକାଶ ଥାଉକି, ବିଧାୟକ ନାୟକ ଏହା ପୂର୍ବରୁ ତାଙ୍କ ହାତ ପାଣ୍ଠିରୁ ନୀଳଗିରି ଅନ୍ତର୍ଗତ ବଣଭୂଇଁ ଆଶ୍ରମ ସ୍କୁଲ ପରିସରରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ତାଙ୍କର ଦୁଇମାସର ବେତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି।